ଆରମ୍ଭ ହେବ ଡଟ୍‌‌ ଫେଷ୍ଟ ,ଚାଲିଛି ପ୍ରସ୍ତୁତି

ଆସନ୍ତାକାଲି ଠାରୁ ଅର୍ଥାତ ଜାନୁଆରୀ ୧୫ ରୁ ୨୯ ତାରିଖ ….

ଭୁବନେଶ୍ୱର : ଆରମ୍ଭ ହୋଇଛି ହକି ମହାକୁମ୍ଭ। ମେଗା ହକି ଇଭେଣ୍ଟ ସହ ଆୟୋଜିତ ହେଉଛି ଡଟ୍‌‌ ଫେଷ୍ଟ। ଆସନ୍ତାକାଲି ଠାରୁ ଅର୍ଥାତ ଜାନୁଆରୀ ୧୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜଧାନୀର ପୃଥକ ପୃଥକ ସ୍ଥାନରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଇଡକଲ ପ୍ରଦର୍ଶନୀ ପଡିଆର ବାମ ପାଶ୍ୱର୍ ୩୦ ରୁ ଅଧିକ ଷ୍ଟଲରେ ହେବ ଇଣ୍ଟରନ୍ୟାସନାଲ ଫୁଡ୍‌‌ ଫେଷ୍ଟିଭାଲ୍‌‌। ହକିରେ ଯୋଗ ଦେଇଥିବା ୧୬ଟି ଦେଶର ଖାଦ୍ୟ ସହିତ ସ୍ଥାନ ପାଇବ ବିଭିନ୍ନ ରାଜ୍ୟ ଓ ସ୍ଥାନୀୟ ଖାଦ୍ୟ। ୧୫ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ବହୁ କଳାକାର ମଧ୍ୟ ଯୋଗ ଦେବେ। ଏହାସହ ଦର୍ଶକ ଓ ପର୍ଯ୍ୟଟକ ମଧ୍ୟ ଏହାର ମଜା ନେବେ।

ଡଟ୍ ଫେଷ୍ଟରେ ପାଇଁ ଆଜି ପ୍ରଦର୍ଶନୀ ପଡ଼ିଆ ଓ ଏକ।ମ୍ର ହାଟ ଠାରେ ପ୍ରସ୍ତୁତି କରାଯାଉଛି। ଡଟ୍ ଫେଷ୍ଟରେ ପୁଲିସ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆ ଠାରେ ପ୍ରସ୍ତୁତି ବୈଠକ ମଧ୍ୟ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଡଟ୍ ଫେଷ୍ଟ ପାଇଁ ବ୍ୟାପ ପୁଲିସ ଫୋର୍ସ ମୁତୟନ କରାଯିବ। ୧୫ ପ୍ଲାଟୁନ ପୁଲିସ ଫୋର୍ସ ସହ ୫ ପ୍ଲାଟୁନ ଟ୍ରାଫିକ୍‌‌ ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି।