ଓଡ଼ିଶାରେ ଅପରିବର୍ତ୍ତିତ ରହିଲା ବିଜୁଳି ଦର

ଅନଲାଇନରେ ପେମେଣ୍ଟ କଲେ ମିଳିବ ବଡ଼ ରିହାତି …

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଲା ।  ଓଡ଼ିଶା ବିଦ୍ୟୁତ ନିୟାମକ ଆ​ୟୋଗ (ଓଇଆରସି) ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଥିବା ନେଇ ସୂଚନା ମିଳିଛି। ତେବେ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଛି।

ସେହିପରି ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୪ ଟଙ୍କା ରହିଛି । ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୫ ଟଙ୍କା ୮୦ ପଇସା ଏବଂ ୪ଶହ ୟୁନିଟରୁ ଅଧିକ ପାଇଁ ୟୁନିଟ ପିଛା ଦର ୬ ଟଙ୍କା ୨୦ ରହିବ ବୋଲି ଓଇଆରସି ପକ୍ଷରୁ କୁହାଯାଇଛି। ତେବେ ଡିଜିଟାଲ ପେମେଣ୍ଟ କଲେ ଏଲଟି ଉପଭୋକ୍ତାଙ୍କୁ ୪ % ରିହାତି ଦିଆଯିବ । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ପାଇଁ ୟୁନିଟ ପିଛା ୧୦ ପଇସା ରିହାତି ଦିଆଯିବ ବୋଲି କୁହାଯାଇଛି।