ବିଜେଡି ସରକାର କିଭଳି ଦୁର୍ନୀତିରେ ବୁଡ଼ି ରହଛି ତାହାର ପର୍ଦ୍ଦାଫାଶ

ଜାଗା ମିଶନ ହିତାଧିକାରୀ ଚୟନ ତାଲିକାରେ ବହୁ ଅନିୟମିତତା,ଚଂଚକତା ଓ ଘୋର ଦୁର୍ନୀତି..

ଭୁବନେଶ୍ୱର,୨୨ ମାର୍ଚ୍ଚ: ରାଜ୍ୟ ସରକାର ୨୦୧୭ ମସିହାରେ ଜାଗା ମିଶନ ଗଠନ କଲେ । ମୂଳ ଉଦ୍ଦେଶ୍ୟ ରାଜ୍ୟର ସହରାଂଚଳରର ବସ୍ତିମାନଙ୍କରେ ବାସ କରୁଥିବା ଗରିବ, ଭୂମିହୀନ ପରିବାରକୁ ସେହି ବସ୍ତିରେ ତାଙ୍କୁ ଚିହ୍ନଟ ଓ ଉପଯୁକ୍ତ ଯାଂଚକରି ବାସଉପଯୋଗୀ ଜମି ପ୍ରଦାନ କରିବା ସହିତ ଏହି ଜମିର ଅଧିକାର ତାଙ୍କୁ ହସ୍ତାନ୍ତର କରାଯିବା କଥା । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଆଜିର ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସ୍ୱାଗତ କରି କହିଥିଲେ ଯେ ଏ ସରକାର କିଭଳି ଦୁର୍ନୀତିରେ ବୁଡ଼ି ରହଛି ତାହାର ପର୍ଦ୍ଦାଫାଶ ଆଜି ପ୍ରଦେଶ କଂଗ୍ରେସ ସଭାପତି ଆପଣଙ୍କ ସମ୍ମୁଖରେ କରିବେ ।

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଲେ ଯେ ୨୦୧୭ ମସିହା ସୁଦ୍ଧା ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ସହରାଂଚଳ ୧୮ଲକ୍ଷରୁ ଅଧିକ ଲୋକ ବସ୍ତିରେ ବାସ କରୁଛନ୍ତି । ମୁଖ୍ୟମନ୍ତ୍ରୀ ୨୦୨୩ ମସିହା ଡିସେମ୍ବର ମାସ ସୁଧା ଓଡ଼ିଶାକୁ ବସ୍ତିମୁକ୍ତ କରିବାପାଇଁ ପ୍ରକାଶ କରିଥିଲେ । କିନ୍ତୁ ସହରାଂଚଳରେ ବସ୍ତି ବାସକରୁଥିବା ପ୍ରକୃତ ହିତାଧିକାରୀଙ୍କୁ ଚନୟ କରିବା ପରିବର୍ତେ ଯେଉଁମାନଙ୍କର
କୋଠା, ଜମିବାଡ଼ି, ମିଠା ଦୋକାନ, ୩-୪ ଚକିଆ ଗାଡ଼ି, ଯେଉଁମାନେ ଘରଭଡ଼ା ଦେଇ ଲକ୍ଷାଧିକ ଟଙ୍କା କମାଉଛନ୍ତି ସେମାନଙ୍କୁ ଏହି ହିତାଧିକାରୀ ତାଲିକାରେ ଚୟନ କରାଯାଉଛି ।

ଏ ରାଜ୍ୟରେ ସ୍ୱଛତାର ସରକାର ଚାଲିଛି ବୋଲି କେବଳ ଡିଣ୍ଡିମ ପିଟାହେଉଛି ପ୍ରକୃତ କଥା ହେଉଛି ଦୁର୍ନୀତିର ବୁଡ଼ିରହିଥିବା ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ମିଳିତ ମେଂଟ ସରକାର ଚାଲିଛି । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ଗୋଟିଏ ବସ୍ତିରୁ ଯେଉଁ ତଥ୍ୟ ଏବଂ ପ୍ରମାଣପତ୍ର ଆମ ହସ୍ତଗତ ହେଲା ତାହା ଏ ଦୁର୍ନୀତର ସମସ୍ତ ପର୍ଦ୍ଦାଫାଶ କରିବାପାଇଁ ଯଥେଷ୍ଟ ।

ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ଦଳର ନେତା ଶ୍ରୀ ବିଜୟ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ସହରାଂଚଳର ଥିବା ବସ୍ତି ବାସିନ୍ଦାଙ୍କୁ ଗୃହ ଯୋଗାଇବାପାଇଁ ତତ୍‌କାଳୀନ କଂଗ୍ରେସ ନେତୃତ୍ୱାଧିନ ଉପାସରକାର ରାଜୀବ ଆୱାସ ଯୋଜନା କରିଥିଲେ ଏବଂ ବସ୍ତିର ସାମଗ୍ରିକ ବିକାଶ ଯଥା ସ୍ୱଚ୍ଛ ପିଇବାପାଣି, ଆଲୋକୀକରଣ, ଡ୍ରେନେଜ ବ୍ୟବସ୍ଥା, କମ୍ୟୁନିଟି ହଲ, ପାର୍କ, ସ୍ଥାୟୀ ରାସ୍ତା ଇତ୍ୟାଦି ନିର୍ମାଣ କରିବା ପାଇଁ ମଧ୍ୟ ଆଇଏଚଏସଡିପି ବୋଲି ଏକ କାର୍ଯ୍ୟକ୍ରମ (JNURM) ସହରାଂଚଳ ବିକାଶ ଯୋଜନାର ଅଂଶବିଶେଷ ଥିଲା ।

ଆଜି ଭୁବନେଶ୍ୱର ମହାନଗର ଅଂଚଳର ୱାର୍ଡ-୨୫ ବେହେରା ବସ୍ତିର ଭୁବନେଶ୍ୱର ମହାନଗର ନିଗମ ହିତାଧିକାରୀ ତାଲିକା ୬.୩.୨୦୨୩, ଚିଠି ସଂଖ୍ୟା ୧୦୯୮୪ରେ ପ୍ରକାଶ କରିଥିଲେ । ଏହି ତାଲିକାକୁ କିଏ ଓ କାହିଁକି ୬ ତାରିଖରୁ ୧୧.୩.୨୦୨୩ ପର୍ଯ୍ୟନ୍ତ ବସ୍ତିରେ ପ୍ରକାଶ ନକରି ଚାପି ରଖାଯାଇଥିଲା । ୧୧ ତାରିଖ ଦିନ ସଂଧ୍ୟାବେଳେ ଏହି ତାଲିକା ସେହି ବେହେରା ବସ୍ତିରେ ଲଗାଗଲା । ଏଥିରେ ବହୁ ହିତାଧିକାରୀ ଯେଉଁମାନଙ୍କର ଭୁବନେଶ୍ୱର ମହାନଗର ନିଗମ ଅଂଚଳର ଘରବାଡ଼ି ଜମି ଅଛି, କୋଠାବାଡ଼ି ଅଛି, ପ୍ରାଇଭେଟ କାର ଓ ଟ୍ୟାକ୍ସି ୩-୪ ଅଛି, ଦୋକାନ ବାଡ଼ି ଅଛି ସେମାନଙ୍କୁ ମଧ୍ୟ ଦିଆଯାଇଛି । ଏପରିକି ଏକ ପରିବାରକୁ ଜମି ଯୋଗାଇବା ପରିବର୍ତେ ସ୍ୱାମୀ ଏବଂ ସ୍ତ୍ରୀ, ପୁଅ ଓ ଝିଅ ଅବିବାହିତ ଏ ସମସ୍ତଙ୍କୁ ଅଲଗା ଅଲଗା ହିତାଧିକାରୀ ତାଲିକାରେ ସାମିଲ କରାଯାଇଛି । ଯେଉଁମାନେ ସ୍ଥାନୟୀ କର୍ପୋରେଟର, ଜାଗାମିଶନର ଅଧିକାରୀଙ୍କୁ ପ୍ରଭାବିତ କରିପାରିଛନ୍ତି ସେମାନେ ଓ ବିଜୁ ଜନତା ଦଳର କର୍ମୀ ବା ସ୍ଥାନୀୟ ନେତୃତ୍ୱ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ବହୁ ଲୋକ ସେ ବସ୍ତିରେ ୨୫ରୁ ୩୦ ବର୍ଷ ଧରି ରହିଥିଲା ବେଳେ ସେମାନଙ୍କ ପାଖରେ ସବୁ ପ୍ରମାଣ ପତ୍ର ଥାଇ ମଧ୍ୟ ତାଙ୍କ ନାମ କାଟି ଦିଆଯାଇଛି ।

ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ତାଲିକାରେ କ୍ର.ସଂ -୧୬୨ ର ଚନ୍ଦକା ଅଂଚଳର ଜମି ଅଛି, କ୍ର.ସଂ -୧୦, ଚନ୍ଦକା, କ୍ର.ସଂ-୮୨ ନିଆଳିରେ ଜମି ପଟ୍ଟା, କ୍ର.ସଂ-୮ ଦାସପୁର ମୌଜା ଭୁବନେଶ୍ୱର ତହସିଲ, କ୍ର.ସଂ-୩୮-୩୯ ଭୁବନେଶ୍ୱର ତହସିଲ, କ୍ର.ସଂ-୨୧, ଦାସପୁର ମୌଜା, ଚନ୍ଦକା, କ୍ର.ସଂ-୩୩, ଅନ୍ଧାରୁଆ, ଚନ୍ଦକା ଗାଙ୍ଗୁରାମ ହୋଟେଲ କ୍ର.ସଂ-୧୯, କାର ଦୁଇଖଣ୍ଡ ଅଛି, କ୍ର.ସଂ-୧୬, କ୍ର.ସଂ-୩୨, ୩ ମହଲା କୋଠାଘର କ୍ର.ସଂ-୬୦, ୮୫, ୧୪୨, ୧୬୨, ୧୬୫ (ଆପାର୍ଟମେଂଟ), ୧୭୩ (ଝାରପଡ଼ାରେ ବିଲିଡିଂ) କ୍ର.ସଂ-୧୬୭,୧୬୮,୧୬୯ ଡୁମଡୁମା ଫେଜ-୫, ବି-୭୨ ଏବଂ ଖଣ୍ଡଗିରି ବାରୀରେ ୩ ମହଲା ବିଲିଡଂରୁ ଲକ୍ଷାଧିକ ଟଙ୍କା ଘରଭଡ଼ା ମିଳୁଛି । ଏସବୁ ଥାଇ ମଧ୍ୟ କିଭଳି ଭାବରେ ଜାଗାମିଶନର ଅଧିକାରୀ, କର୍ପୋରେଟର ଏବଂ ସର୍ଭେ କରୁଥିବା ସଂସ୍ଥା ଏ ସମସ୍ତଙ୍କ ନାମକୁ ହିତାଧିକାରୀ ଚୟନରେ ସାମିଲ କଲେ । ଏହାର ରାଜ୍ୟ ସରକାରଙ୍କ କେଉଁ ଟିରେ ଅର୍ନ୍ତଭୁକ୍ତ ବୋଲି ଦୟାକରି ମୁଖ୍ୟମନ୍ତ୍ରୀ କହିବେ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ତପୋବନ ବସ୍ତି ୬୩ ନଂ ୱାର୍ଡରେ ମଧ୍ୟ ପୁଳା ପୁଳା ଦୁର୍ନିତି ।

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ଯଦି ରାଜ୍ୟ ସରକାର ପ୍ରକୃତରେ ସହରାଂଚଳର ଗରିବ ଲୋକଙ୍କ ଜମି ଅଧିକାର ଦେବାପାଇଁ ଚିନ୍ତା କରୁଛନ୍ତି ଏବଂ ସାମାନ୍ୟତମ ନିଷ୍ଠା ଅଛି ତାହାଲେ ଏ ସମସ୍ତ ତାଲିକାକୁ ଖାରଜ କରି ଆଉଥରେ ନିରପେକ୍ଷ ଭାବରେ ହିତାଧିକାରୀ ଚୟନ କରନ୍ତୁ । ଶ୍ରୀ ବିଜୟ ପଟ୍ଟନାୟକ ଦାବି କରି କହିଥିଲେ ଯେ ସରକାର ୨୦୧୧ ମସିହାରେ ରାଜୀବ ଆବାସ ଯୋଜନାରେ ଯେଉଁ ତାଲିକା ପ୍ରକାଶ କରିଥିଲେ ଜାଗାମିଶନ ହିତାଧିକାରୀ ଚୟନରେ ସେ ତାଲିକାକୁ ଗ୍ରହଣ କରୁଛନ୍ତିକି ନାହିଁ ।

ଗରିବ ଲୋକଙ୍କୁ ଜମି ଯୋଗାଇ ଦେବା କ୍ଷେତ୍ରରେ ଏତେ ଦୁର୍ନୀତି କାହିଁକି ଏ ଦୁର୍ନୀତି ପଛରେ ଯେଉଁ ଅଧିକାରୀ ଓ ସରାକାରୀ ଦଳର ନେତୃବର୍ଗ ଅଛନ୍ତି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେକି? ପ୍ରକୃତ ହିତାଧିକାରୀ ଚୟନରେ ନିରପେକ୍ଷତା ଅବଲମ୍ବନ କରନ୍ତୁ । କଥାରେ ଟ୍ରାନ୍ସଫରମେଶନ ହୁଏ ପ୍ରକୃତ କାମରେ ଟ୍ରାନ୍ସଫରମେଶନ ହୁଏ । ଭୁବନେଶ୍ୱର ଜିଲ୍ଳା ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।