ଆଜି ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି , କମିଶନରେଟ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଶୁକ୍ରବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି …

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କମିସନରେଟ ପୁଲିସ ବ୍ୟାପକ କରିଛି। ପୁଲିସ ପକ୍ଷରୁ କାରକେଡ ରିହରସାଲ ମଧ୍ୟ ଗୁରୁବାର ସରିଛି। ରାଷ୍ଟ୍ରପତିଙ୍କ ଭୁବନେଶ୍ବର ଓ କଟକ ଗସ୍ତକୁ ଦୃଷ୍ଟିରେ ରଖି ବିମାନବନ୍ଦରରୁ ଆରମ୍ଭ କରି ରାଜଭବନ, ବିଭିନ୍ନ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ବହୁ ପୁଲିସ ଅଧିକାରୀ ତଥା ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି ‘ବ୍ଲୁ ବୁକ’ ନିୟମ ଅନୁଯାୟୀ ପୁଲିସ ଉପାୟୁକ୍ତ ପ୍ରତୀକ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଏହି ପରିପ୍ରେକ୍ଷୀରେ ୧୪ଜଣ ଅତିରିକ୍ତ ଉପାୟୁକ୍ତ, ୩୫ଜଣ ଏସିପି, ୪୭ଜଣ ଇନ୍ସପେକ୍ଟର, ୧୮୮ଜଣ ସବ-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର, ୪୦ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୫୦ଜଣ ଗୃହରକ୍ଷୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ବିଭିନ୍ନ ଛକରେ ପୁଲିସ ପକ୍ଷରୁ ଚେକିଂ, ବ୍ଳକିଂ କରାଯାଉଛି। ସହରର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ କରାଯାଇଛି ବୋଲି ଉପାୟୁକ୍ତ ଶ୍ରୀ ସିଂ ସୂଚନା ଦେଇଛନ୍ତି।