ଆଜି ଟ୍ୱିନସିଟିରେ ଘନ କୁହୁଡ଼ି ଆସ୍ତରଣ , ଗାଡ଼ି ଚଳାଚଳ ବାଧାପ୍ରାପ୍ତ

କଟକ ଏବଂ ଭୁବନେଶ୍ୱରରେ ଆଜି ପ୍ରବଳ ମାତ୍ରାରେ କୁହୁଡ଼ି ବର୍ଷା …

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ଶୀତର ମାତ୍ରା କମିଥିବା ବେଳେ ଆଜି ଟ୍ୱିନସିଟିରେ ଘନ କୁହୁଡ଼ି ଆସ୍ତରଣ ଦେଖାଦେଇଛି । କଟକ ଏବଂ ଭୁବନେଶ୍ୱରରେ ଆଜି ପ୍ରବଳ ମାତ୍ରାରେ କୁହୁଡ଼ି ବର୍ଷା ଲାଗିରହିଛି । ଟ୍ୱିନସିଟି ସମେତ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି ।

ମକର ସଂକ୍ରାନ୍ତି ପରଠାରୁ ରାଜ୍ୟରେ କୁହୁଡ଼ି ଦେଖାଦେଉଥିଲା । ହେଲେ କିଛିଦିନ ହେବ ସକାଳୁ ଆଂଶିକ ମାତ୍ରାରେ କୁହୁଡ଼ି ଦୃଶ୍ୟମାନ ହେଉଥିଲା । ଆଜି ରାତି ୨ଟାପରେ ଆକାଶକୁ ଘନ କୁହୁଡ଼ି ଆଚ୍ଛାଦିତ କରି ରଖିଛି । ପରିସ୍ଥିତି ଏପରି ହୋଇଛି ଯେ, ରାସ୍ତା ୨୦ ମିଟର ଦୂରରୁ ମଧ୍ୟ ଦେଖାଯାଉନି । ଘନ କୁହୁଡ଼ି ନେଇ ରାଜରାସ୍ତାରେ ଗାଡ଼ି ଚଳାଚଳ ସମସ୍ୟା ଦେଖାଦେଇଛି । ରାଜ୍ୟରେ ଟ୍ୱିନସିଟି ସମେତ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁରରେ କୁହୁଡ଼ି ଆସ୍ତରଣ ଦେଖାଦେଇଛି । ଅନ୍ୟପଟେ ବାୟୁମଣ୍ଡଳର ଅଧିକ ଧୂଳିକଣା ଓ ଆର୍ଦ୍ରତା ପାଇଁ କୁହୁଡ଼ି ସୃଷ୍ଟି ହେଉଛି ।