କେନ୍ଦୁଝର ରେ ଉଜ୍ଜ୍ୱଳା ଦିଦି ମାନଙ୍କ ର ସଂଗଠିତ ହେବାକୁ ଦେଖିବାକୁ ମିଳିଛି

ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ହୋଇ ଓଡ଼ିଶା ରାଜ୍ୟ ….

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ର ଉଜ୍ଜଳା ଦିଦି ଆଜି କେନ୍ଦୁଝର ଠାରେ ବୈଠକ କରିବାର ଦେଖିବାକୁ ମିଳି ଥିଲା । ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ହୋଇ ଓଡ଼ିଶା ରାଜ୍ୟ ଉଜ୍ଜଳା ଦିଦି ସଂଘ ,କେନ୍ଦୁଝର ଜିଲ୍ଲା ର ନୂତନ କମିଟି ଘଷଣା କରାଯାଇଥିଲା । କମିଟି ଦ୍ଵାରା ସମସ୍ତ ଉଜ୍ଜଳ। ଦିଦି ଜିଲ୍ଲାର ଏକତ୍ରିତ ହୋଇ ସରକାର ନିଯୁକ୍ତି ଦେବା ସମୟରେ ଯୋଉ ପ୍ରତିଶ୍ରୁତି ଦେଇ ଥିଲେ ତାହା କାର୍ଯ୍ୟକାରୀ ନ ହେବାରୁ । ସେଇ ଇସୁ କୁ ନେଇ ସଂଗଠିତ ଭାବରେ ସରକାରଙ୍କୁ ଜଣାଇବୁ ବୋଲି ନିଜ ମଧ୍ୟରେ ବୈଠକ ରେ ଆଲୋଚନା କରାଯାଇ ଥିଲା । ଦିଦି ମାନେ କହୁଛନ୍ତି କାର୍ଯ୍ୟ କରିବା ସମୟରେ ଠିକ୍ ପ୍ରାପ୍ୟ ଆମକୁ ମିଳିବା ଦରକାର । ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ଯୋଜନା କୁ ସଫଳ ରୂପାୟନ କରାଯାଉ ନାହିଁ ବୋଲି ଦିଦି ମାନଙ୍କ ମନରେ ଦୁଃଖ ପ୍ରକାଶ କରୁଥିବାର ଦେଖିବାକୁ ମିଳୁଛି ।ନୂତନ କମିଟି ସଭାନେତ୍ରୀ ସୁଭ୍ରାରାଣୀ ବେହେରା, ଉପ ସଭା ନେତ୍ରୀ ଗାୟତ୍ରୀ ଜେନା , ଉପସଭାନେତ୍ରୀ ପ୍ରେମଲତା ମହାନ୍ତ,

ଉପସଭା ନେତ୍ରୀ ବିଷ୍ଣୁପ୍ରିୟା ନାୟକ,ସମ୍ପାଦିକା କୁନ୍ତଳା ମହାନ୍ତ, ସହ ସମ୍ପାଦିକା ମମତା ବେହେରା, ସହ ସମ୍ପାଦିକା ସବିତା ମହାନ୍ତ,କୋଷାଧ୍ୟକ୍ଷ ରଜନୀ ନାଏକ, କାର୍ଯ୍ୟକାରୀ ସମ୍ପାଦିକା ହେମାଙ୍ଗିନି ମହାନ୍ତ , ଙ୍କୁ ଜିଲ୍ଲା ର ସଂଘକୁ ପରିଚାଳନା କରିବାକୁ ଦାୟିତ୍ୱ ଅର୍ପଣ କରାଯାଇ ଥିଲା । ଭାରତୀୟ ମଜଦୂର ସଂଘ ର ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତ ,ଜିଲ୍ଲା ସମ୍ପାଦକ ବାବୁଲାଲ ମହାନ୍ତ , ରାଜ୍ୟ ପ୍ରଭାରୀ ବସନ୍ତ କୁମାର ସାହୁ ଶେଷରେ ଓଡ଼ିଶା ରାଜ୍ୟ ଉଜ୍ଜଳ। ଦିଦି ସଂଘ ର ରାଜ୍ୟ ସମ୍ପାଦିକା ବୈଠକ ରେ ଥିବା ସମସ୍ତ ଉଜ୍ଜଲା ଦିଦି ଏବଂ ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।