ବିଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ପୁରୀ,(ଏସ୍‌ ନ୍ୟୁଜ୍‌): ପୁରୀ ସଦର ଥାନା ଅନ୍ତର୍ଗତ ପାଇକ ସାହି ଅଞ୍ଚଳରେ ଦେଖିବାକୁ ମିଳିଛି ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ବିଲ ଭିତରେ ପଡିଛି । ସ୍ଥାନୀୟ ଲୋକେ ଏହି ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି । ମୃତ ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନସୁଦ୍ଧା ମିଳିନାହିଁ । ତେବେ ବିଲ ଭିତରେ ଏହି ବ୍ୟକ୍ତିଙ୍କୁ ହତ୍ୟା କରି କେହି ଫିଙ୍ଗିଦେଇଥିବା ସାଧାରଣରେ ସନ୍ଦେହ ହୋଇଛି । ଏହା ହତ୍ୟା ନା ଅନ୍ୟ କିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।