ଭାରତୀୟ ଟିମକୁ ସୁନୀଲ ଗାଭାସ୍କରଙ୍କ ପରାମର୍ଶ

ଦୁବାଇ : ଭାରତୀୟ ଟିମ ୩୧ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପ ଖେଳିବାକୁ ଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଦଳକୁ ମହତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭାରତୀୟ ଦଳ ନିଜର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିବା ଉଚିତ୍‌ । ସେ କହିଛନ୍ତି ଯେ, ଭାରତକୁ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ । ମାତ୍ର ଦୁଇଟି ସ୍ଥାନ ଉପରେ ନଜର ଦେବା ଉଚିତ୍‌ । ଏହି ଦୁଇଟି ସ୍ଥାନ ହେଉଛି ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାର । ଯଦି ପାଣ୍ଡ୍ୟା ବୋଲିଂ କରୁ ନାହାନ୍ତି ତେବେ ତାଙ୍କ ସ୍ଥାନରେ ଇଶାନ କିଶନଙ୍କୁ ଖେଳାଇବା ଉଚିତ୍‌ । ସେହିପରି ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ନେଇପାରିବେ । ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମ୍ୟାଚରେ ବୋଲିଂ କରିନଥିଲେ । ସେ ଏବେ ସେ ନେଟ୍‌ରେ ବୋଲିଂ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସେ ପ୍ରତ୍ୟାବର୍ତ୍ତନ କରିବାର ଆଶା ରହିଛି ।