୫୨୦ ନଂ ଜାତୀୟ ରାଜପଥରେ ଟ୍ରକ୍ ଡ୍ରାଇଭରକୁ ହତ୍ୟା ଘଟଣାରେ ୪ ହାଇୱେ ଲୁଟେରା ଗିରଫ

ବଡ଼ବିଲ: ୫୨୦ ନଂ ଜାତୀୟ ରାଜପଥରେ ଟ୍ରକ୍ ଡ୍ରାଇଭରକୁ ହତ୍ୟା ଘଟଣାରେ ୪ ହାଇୱେ ଲୁଟେରା ଗିରଫ । ସ୍କର୍ପିଓ ଗାଡି ସହ ମାରଣାସ୍ତ୍ର ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ୭ ତାରିଖ ରାତିରେ ଏନଏଚ ୫୨୦ ଭଦ୍ରାସାହି ନିକଟରେ ଟ୍ରକ୍ ଡ୍ରାଇଭରଙ୍କୁ ହତ୍ୟାକରି ଟ୍ରକରୁ ଲୁଟ୍ କରିଥିଲେ ଅଭିଯୁକ୍ତ । ବିଭିନ୍ନ ସ୍ଥାନରେ ଛାନଭିନ୍ କରି ୪ ହାଇୱେ ଲୁଟେରାଙ୍କୁ ଗିରଫ କରିଛି । ଏ ନେଇ ପ୍ରେସମିଟରେ ବଡ଼ବିଲ ଏସଡିପିଓ ହିମାଂଶୁ ଭୂଷଣ ବେହେରା ସୂଚନା ଦେଇଛନ୍ତି ।