ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ

ବଲାଙ୍ଗୀର: ବହୁଚର୍ଚ୍ଚିତ ମମିତା ମେହେର ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଗିରଫ । ଗୋବିନ୍ଦ ସାହୁକୁ ଏବେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ମୁଣ୍ଡପଦରରେ ଗୋବିନ୍ଦ ସାହୁ ନିଜ ଭଉଣୀ ଘରେ ଲୁଚିଥିବାବେଳେ ସେଠାରୁ ପୋଲିସ ତାକୁ ଗିରଫ କରିଛି । ତେବେ ଗୋବିନ୍ଦଙ୍କୁ ଗିରଫ କରିବା ପରେ ମମିତାଙ୍କ ନିଖୋଜ ଓ ଗଳିତ ଶବ ଉଦ୍ଧାର ଘଟଣାରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି କେଗାଁ ଥାନା ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ସ୍କୁଲ ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲକୁ ଡାକିଥିବାବେଳେ, ସେ ସ୍କୁଲ ଯିବା ବାଟରେ ହିଁ ନିଖୋଜ ହୋଇଯାଇଥିଲେ । ଏହାପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଏହି ଘଟଣାରେ ଉଠାଇ ଆଣିଥିଲେ ବି ସେ ପୋଲିସ ହେପାଜତରୁ ଫେରାର୍ ହୋଇଥିଲେ ।