୧୫ ତାରିଖରୁ ମାଗଣା ବୁଷ୍ଟର ଡୋଜ୍

ସମସ୍ତ ସରକାରୀ କେନ୍ଦ୍ରରେ ଏହି ପ୍ରିକିସନ ଡୋଜ ଦିଆଯିବ ବୋଲି ସୂଚନା ମିଳିଛି….

କେନ୍ଦୁଝର : ବଡ଼ବିଲ ପୌରପାଳିକା ରେ ବିକାଶ ମହଲରେ ମିଳିବ ଜୁଲାଇ ୧୫ ତାରିଖରୁ ମାଗଣା ବୁଷ୍ଟର ଡୋଜ୍ । ୧୮ରୁ ୫୯ ବର୍ଷ ବୟସ୍କ ଲୋକଙ୍କୁ ମାଗଣା ପ୍ରିକସନ ଡୋଜ ଦିଆଯିବ । ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସରକାରୀ କେନ୍ଦ୍ରରେ ଏହି ପ୍ରିକିସନ ଡୋଜ ଦିଆଯିବ ବୋଲି ସୂଚନା ମିଳିଛି ।ପୂର୍ବରୁ ପ୍ରିକସନ ଡୋଜ ପାଇଁ ଅର୍ଥ ଦେବାକୁ ପଡୁଥିବାରୁ ଲୋକେ ଆଗ୍ରହ ଦେଖାଉନଥିଲେ । କରୋନା ବିରୋଧୀ ମୁକାବିଲା କୁ ସରକାର ମାଗଣା ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି।