ଡିସେମ୍ବର ଯାଏ ହିତାଧିକାରୀଙ୍କୁ ମାଗଣା ଚାଉଳ

ନବୀନଙ୍କ ବଡ଼ ଘୋଷଣା..

ଭୁବନେଶ୍ୱର,(ସାକ୍‌ସୀ ନିୟୁଜ): ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜକୋଷରୁ ୧୮୫ କୋଟି ଟଙ୍କା ବିନିମୟରେ ଜାନୁଆରୀ ମାସରୁ ହିତାଧିକାରୀଙ୍କୁ ମାସିକ ମୁଣ୍ଡ ପିଛା ୫ କିଲୋ ଚାଉଳ ଦିଆଯିବ ।

୨୦୧୮ ମସିହାରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମାଗଣା ଚାଉଳ ଦିଆଯାଉଛି । କରୋନା ମହାମାରୀ ସମୟରେ ହିତାଧିକାରୀଙ୍କୁ ଚାଉଳ ସହ ଡାଲି ଦିଆଯାଉଥିଲା । ସୂଚନା ମୁତାବକ ଦୀର୍ଘ ୨୮ ମାସ ଧରି ରାଜ୍ୟ ସରକାର ହିତାଧିକାରୀଙ୍କୁ ସହାୟତା ଯୋଗାଇ ଆସୁଛନ୍ତି । ତା’ରି ଭିତରେ ହିତାଧିକାରୀଙ୍କୁ ଦୁଇଥର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।