ଗଜପତିରେ ଧସିଲା ମାଟି ଅତଡ଼ା : ଲୋକେ ଭୟଭିତ

ଗଜପତି,(ଏସ୍ ନ୍ୟୁଜ୍): ଗଜପତି ଜିଲ୍ଲାରେ ଧସିଲା ମାଟି ଅତଡା । ଜିଲ୍ଲାରେ ଏକ ପାହାଡରୁ ମାଟି ଅତଡା ଖସି ପଡିବାରୁ ରାସ୍ତା ବନ୍ଦ ହୋଇଯାଇଛି । ରାସ୍ତାରେ ଗାଡି ମୋଟର ଯିବା ଆସିବା ଠପ ହୋଇପଡିଛି । ଜିଲ୍ଲା ପ୍ରଶାସନ ଓ ରେସ୍?କୁ୍ୟ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ରାଇପାଙ୍କା ଅଂଚଳର ପାହାଡ଼ ତଳେ ବସବାସ କରୁଥିବା ଗ୍ରାମବାସୀଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନର ନିଦେ୍ର୍ଧଶକ୍ରମେ ରାଇପାଙ୍କା ପଞ୍ଚାୟତର ରାଇପଙ୍କା ଗାଁ ସମେତ କଡ଼କଡ଼ମା, ମାନ୍ଦ୍ରାବାଜୁ ଗାଁର ପ୍ରାୟ ୫୦ ପରିବାରକୁ ସ୍ଥାନାନ୍ତର କରାଯାଉଛି । ସେମାନଙ୍କୁ ଆଶ୍ରୟ ସ୍ଥଳୀରେ ରଖାଯାଉଛି । ସେହିଭଳି ବାତ୍ୟା ଗୁଲାବକୁ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ କନିଷି ଠାରୁ ଗୋପାଳପୁର ମଧ୍ୟରେ ଥିବା ଦୁର୍ବଳ ଗଛ ଗୁଡିକ ଡାଳ କାଟି ସଫା କରାଯାଉଛି । ଯେଉଁ ଗଛର ଡାଳ ବିଦୁ୍ୟତ ତାର ନିକଟରେ ରହିଛି କିମ୍ବା ଡାଳ ଭାଂଗି ରାସ୍ତା ଅବରୋଧ ସମ୍ଭାବନା ରହିଛି ସେଗୁଡିକୁ କାଟି ସଫା କରାଯାଉଛି ।