ପ୍ରଚାରରେ କମ୍ପୁଛି ପିପିଲି ମୈଦାନ

ପିପିଲି,(ଏସ୍ ନ୍ୟୁଜ୍): ମାତ୍ର ଦିନ କେଇଟା ପରେ ପିପିଲି ବିଧାନସଭା ଉପନିର୍ବାଚନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି ବହୁ ହେଭିଓ୍ବେଟ୍ । ପ୍ରଚାର ମୈଦାନ ଏବେ କମ୍ପୁଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ଡୋର୍? ଡୋର୍ କ୍ୟାମ୍ପେନ୍ ଜାରି ରଖିଛନ୍ତି । ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଦଳୀୟ ନେତୃବୃନ୍ଧ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଏହି କ୍ରମରେ ରବିବାର ପିପିଲିର ସାଁପୁର ପଞ୍ଚାୟତର ବିଭିନ୍ନ ଗାଁରେ ବୁଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ଷ୍ଟାର କ୍ୟାମ୍ପେନର ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ । ସାଁପୁର ପଚାଂୟତର ବିଭିନ୍ନ ଗାଁ ବୁଲି ନିଆରା ଢଙ୍ଗରେ ପ୍ରଚାର ଅଭିଯାନ କରିଛନ୍ତି ବିଜେପି ନେତ୍ରୀ ତଥା ଅଭିନେତ୍ରୀ ପିଙ୍ଗି ପ୍ରଧାନ ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସାଇକେଲରେ ଗାଁ ରୁ ଗାଁ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ କରିଛନ୍ତି ଦଳୀୟ ନେତା । ପ୍ରଚାର କାର୍ଯ୍ୟ ଆଉ ମାତ୍ର କିଛି ଦିନ ଥିବାରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଜୋରଦାର ପ୍ରଚାର ଜାରି ରଖିଛନ୍ତି ଦଳୀୟ ନେତା ଏବଂ କର୍ମୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିର୍ବାଚନୀ ପ୍ରଚାର କରିଛନ୍ତି ।