କମିଶନରେଟ୍ ପୋଲିସର ସଫଳତା,୪ ଆନ୍ତରାଜ୍ୟ ଏଟିଏମ ଲୁଟେରା ଗିରଫ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଅଭିନବ ଉପାୟରେ ବ୍ୟାଙ୍କରୁ ଡକାୟତି କରୁଥିବା ଚାରି ଆନ୍ତରାଜ୍ୟ ଲୁଟେରାକୁ କମିଶନରେଟ୍ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏଟିଏମର ଟଙ୍କା ବାହାରୁଥିବା ସ୍ଥାନରେ ଥିବା ସଟରରେ ଟିପ ଲଗାଇ ଟଙ୍କା ଉଠାଇବା ପରେ ବ୍ୟାଙ୍କରେ ଅଭିଯୋଗ କରୁଥିଲେ ଏହି ଗ୍ୟାଙ୍ଗ । ଫଳରେ ଟଙ୍କା ବ୍ୟାଙ୍କ କର୍ମଚାରୀ ପୁର୍ନବାର ଉକ୍ତ ଆକାଉଂଟରେ ଟଙ୍କା ଜମା କରୁଥିଲେ । ଫଳରେ ବ୍ୟାଙ୍କ ଠକେଇର ଶୀକାର ହେଉଥିଲା । ଏହିଭଳି ଏକ ଗ୍ୟାଙ୍ଗର ଚାରି ସଦସ୍ୟକୁ ଶହୀଦନଗର ଥାନା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଶନିବାର ସଂଧ୍ୟାରେ ଶହୀଦନଗର ଥାନା ଅନ୍ତର୍ଗତ ଟଙ୍କପାଣୀ ସ୍ଥିତ ଏକ ଏସବିଆଇ ଏଟିଏମରେ ଟଙ୍କା ଲୁଟ କରୁଥିବା ବେଳେ ପୋଳିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ସେମାନଙ୍କ ନିକଟରୁ ପୋଲିସ ଦେଢ ଲକ୍ଷ ଟଙ୍କା, ୩୩ଟି ଏଟିଏମ କାର୍ଡ, ୩ଟି ମୋବଇଲ ଓ ଗୋଟିଏ କାର ଜବତ କରିଛି । ସେମାନେ ହେଲେ ଉତର ପ୍ରଦେଶ କାନପୁର ଅଞ୍ଚଳର ନିରଜ ସାହୁ(୨୩), ଯୋଗେନ୍ଦ୍ର ସିଂ(୨୩) ଓ ପଶ୍ଚିମ ବଙ୍ଗ ଦୁର୍ଗାପୁର ଅଞ୍ଚଳର ସଲିମ ଖାନ(୩୨) ଓ ଡ୍ରାଇଭର ମୁକେଶ ପାଲ । ଅଭିଯୁକ୍ତମାନେ ବିଭିନ୍ନ ରାଜ୍ୟରେ ଏପରି ଲୁଟ କରିଥିବା ବେଳେ ବାରିପଦା, ପୁରୀ ଓ ଭୁବନେଶ୍ୱର ଅଞ୍ଚଳରେ ୩୦ରୁ ଅଧିକ ଏଟିଏମରୁ ଟଙ୍କା ଲୁଟ କରିଥିବା କମିଶନରେଟ ପୋଲିସ ପ୍ରାଥମିକ ତଦନ୍ତରୁ ଜଣିବାକୁ ପାଇଛି । ଏ ନେଇ ଶହୀଦନଗର ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ୪ ଅଭିଯୁକ୍ତଙ୍କୁ ପଚରା ଉଚରା ପରେ ରବିବାର ଅପରାହ୍ନରେ କୋର୍ଟ ·ଲାଣ କରାଯାଇଛି । ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବି·ର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଟଙ୍କା ଲୁଟ ଓ ଠକେଇର ତଦନ୍ତ ନେଇ କମିଶନରେଟ ପୋଲିସର ଅନ୍ୟ ଥାନା ପକ୍ଷରୁ ଆମାଗୀ ଦିନରେ ତାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଥାନା ଅଧିକାରୀ ହିମାଶୁଂ ଭୂଷଣ ସ୍ୱାଇଁ କହିଛନ୍ତି ।
ଶନିବାର ସଂଧ୍ୟାରେ ସହୀଦନଗର ଥାନା ଅନ୍ତର୍ଗତ ଟଙ୍କପାଣୀ ରୋଡରେ ଥିବା ଏସ୍ବିଆଇ ଏଟିଏମରେ ୩ ଜଣ ଅଭିଯୁକ୍ତ ପଶିଥିବା ବେଳେ ବାହାରେ କାର୍ରେ ଅଭିଯୁକ୍ତ ଡ୍ରାଇଭର ମୁକେଶ ପାଲ ବସିଥିଲା । ଦୀର୍ଘ ସମୟ ଧରି ଏଟିଏମ ଭିତରେ ୩ ଅଭିଯୁକ୍ତ ସନେ୍ଦହ ଜନକ କାର୍ଯ୍ୟ କଳାପ କରିଥିଲେ । ସ୍ଥାନୀୟ ଲୋକଙ୍କ ସନେ୍ଦହ ହେବା ପରେ ଏ ନେଇ ପୋଲିସକୁ ଅବଗତ କରିଥିଲେ । ସ୍ପେଶାଲ ସ୍ୱାର୍ଡ ଓ ସହୀଦନଗର ଥାନା ପୋଲିସ ସେଠାରେ ଚଢାଉ କରି ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ଦେଢ ଲକ୍ଷ ଟଙ୍କା ଓ ବିପୁଳ ପରିମାଣ ଏଟିଏମ୍ କାର୍ଡ ଓ କାର ଜବତ କରାଯାଇଥିଲା । ଏମାନଙ୍କର ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଯୋଗେନ୍ଦ୍ର । ଏହି ଗ୍ୟାଙ୍ଗର ପୂର୍ବରୁ ହରିୟାନାରୁ ଗିରଫ ହୋଇଥିଲେ । ତେଣୁ ସମସ୍ତ ଏଟିଏମ୍ ଉପରେ ପୋଲିସର ତୀକ୍ଷ୍ନ ନଜର ରହିଥିଲା ।