ଏକଛତ୍ରବାଦୀ ଶାସନର ଅନ୍ତ ଘଟିବ: ସମୀର ମହାନ୍ତି

  • କାର୍ଯ୍ୟକର୍ତାଙ୍କ ଗ୍ରହଣରେ ସିଉଳା (୧୬୯ ବୁଥ୍‌)ରେ ‘ପ୍ରଧାନମନ୍ତ୍ରୀ ମନ୍‌ କି ବାତ୍‌’ ଶୁଣିଲେ
  • ୨୧ ବର୍ଷର ବିଜେଡି ସରକାର ଏବଂ ୩୫ ବର୍ଷର ଏକଛତ୍ରବାଦୀ ଶାସନ ପରେ ମଧ୍ୟ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ସର୍ବଙ୍ଗୀନ ବିକାଶ ହୋଇ ନପାରିବା ଦୁର୍ଭାଗ୍ୟଜନକ ଓ ଲଜ୍ଜାର ବିଷୟ
  • ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ କଲେ ନିବେଦନ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଗ୍ରାମାଂଚଳର ବିକାଶ ପାଇଁ ସିଧାସଳଖ ପ୍ରତ୍ୟେକ ଗ୍ରାମ ପଂଚାୟତକୁ ଟଙ୍କା ଦେଉଛନ୍ତି । ନିର୍ବାଚିତ ଜନପ୍ରତିନିଧିମାନଙ୍କ କ୍ଷମତାକୁ ଅଫିସରମାନଙ୍କ ହାତକୁ ଟେକି ଦେଇ ଶାସକ ବିଜେଡି ବିକାଶର ବାଧକ ସାଜିଛନ୍ତି । କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ନାମିତ କରି ରାଜ୍ୟବାସୀଙ୍କୁ ବୋକ ବନାଇବା ସହ ବିକାଶ ପାଇଁ ଆସୁଥିବା ଟଙ୍କାକୁ ଶାସକ ବିଜେଡିର କାର୍ଯ୍ୟକର୍ତା ଏବଂ ନେତୃବୃନ୍ଦ ହଡପ୍‌ କରୁଛନ୍ତି । ଯୋଗ୍ୟ ଗରୀବ ହିତାଧିକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରୀବକଲ୍ୟାଣ ଯୋଜନାର ସୁଫଳ ଦେବାରେ ଅକ୍ଷମ ରାଜ୍ୟ ସରକାର ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀ ଏବଂ ଧନୀ ଲୋକଙ୍କୁ ବଂଟନ କରୁଛନ୍ତି । ଗରୀବ ସେହି ଗରୀବ ହୋଇ ରହିଯାଉଛି । ନିର୍ବାଚନ ସମୟରେ ମିଛ କଥା ଓ ପ୍ରତିଶୃତି ଦେଇ ସାଧାରଣ ଲୋକଙ୍କ ଭୋଟ ହାତେଇ ବାରମ୍ବାର ପ୍ରତାରଣ ଦେଇ ଆସୁଛନ୍ତି । ଦୀର୍ଘ ୨୧ ବର୍ଷର ବିଜେଡି ସରକାର ଏବଂ ୩୫ ବର୍ଷର ଏକଛତ୍ରବାଦୀ ଶାସନ ପରେ ମଧ୍ୟ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ସର୍ବଙ୍ଗୀନ ବିକାଶ ହୋଇ ପାରିଲା ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାର ବିଷୟ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ରାଜ୍ୟରେ ଶାସକ ବିଜୁ ଜନତା ଦଳ କେବଳ ପ୍ରଚାର ସର୍ବସ୍ୱ । ରାଜ୍ୟବାସିଙ୍କୁ ମୈାଳିକ ସୁବିଧା ସୁଯୋଗ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳିବାସୀ ଏଥର ପରିବର୍ତନ ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି ଏବଂ ଏଥି ସହ ଦୀର୍ଘ ୩୫ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଥିବା ଏକଛତ୍ରବାଦୀ ଶାସନର ଅନ୍ତ ଘଟିବା ସୁନିଶ୍ଚିତ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ପିପିଲି ଉପ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଶ୍ରୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ପ୍ରଚାର ପାଇଁ ଆସି ଶ୍ରୀ ମହାନ୍ତି କହିଛନ୍ତି ଯେ, ଫନୀ ପରର ଯେଉଁ ଦୃଶ୍ୟ ବ୍ୟଥିତ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।୨୦୧୯ ମସିହା ଫନୀ ବାତ୍ୟାରେ ଗରୀବ ଲୋକମାନଙ୍କ ବାସଗୃହ ଭାଙ୍ଗି ଯାଇଥିଲା । ମୋଦି ସରକାର ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ବାସଗୃହ ଆବଂଟନ କରିଥିଲେ । ମାତ୍ର ଦୁର୍ନୀତିଖୋର ଶାସକ ବିଜେଡି କାରଣରୁ ଗରୀବ ଲୋକମାନେ ବର୍ତମାନ ସୁଦ୍ଧା ବାସଗୃହ ପାଇବାରେ ବିଫଳ ହୋଇଛନ୍ତି ।ଦଳୀୟ ଭିତିରେ ଓ ପାତର ଅନ୍ତରରେ ଆବଂଟନ କରାଯାଇ ପ୍ରକୃତ ଗରୀବ ହିତାଧିକାରିଙ୍କୁ ବଂଚିତ କରାଯାଇଛି । ବର୍ତମାନ ସୁଦ୍ଧା ଚାଳ ଓ ଭଙ୍ଗା ଘରେ ଅଂଚଳବାସୀ ରହୁଥିବା ଚିତ୍ର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।ରାଜଧାନୀ ଭୂବନେଶ୍ୱରକୁ ଲାଗି ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ଥିବା ସତ୍ୱେ ଏହି ଅଂଚଳର ବିକାଶ ନହେବା ଶାସକ ବିଜେଡିର ଅପାରଗତାକୁ ପ୍ରମାଣିତ କରିଛି ବୋଲି ଶ୍ରୀ ମହାନ୍ତି ପ୍ରଚାର ଅବସରରେ କହିଛନ୍ତି ।
ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ । ଦୀର୍ଘ ଦୀର୍ଘ ବର୍ଷ ଧରି ଉଭୟ ଦଳ ମିଳିମିଶି ପିପିଲି-ଡେଲାଙ୍ଗ ଅଂଚଳବାସୀଙ୍କ ସାମ୍ବିଧାନିକ ଅଧିକାରକୁ ଦଳି ଚକଟି ହତ୍ୟା କରିଛନ୍ତି । ଅଂଚଳବାସିଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ହକ୍‌ରୁ ବଂଚିତ ରଖାଯାଇଛି । ପରିବର୍ତନର ସ୍ୱର ସ୍ପଷ୍ଟ ପରିଲକ୍ଷିତ ହେଉଛି । ଆଗାମୀ ଦିନରେ ପିପିଲି-ଡେଲାଙ୍ଗ ଅଂଚଳବାସୀ ପରିବାରବାଦ୍‌ ଏବଂ ଏକଛତ୍ରବାଦୀ ଶାସନକୁ ପ୍ରତ୍ୟାଖାନ କରି ବିକାଶର ରାସ୍ତାକୁ ପ୍ରାଧାନ୍ୟ ଦେବେ । ଦଳୀୟ ପ୍ରାର୍ଥୀ ଶ୍ରୀ ଆଶ୍ରୀତ ପଟ୍ଟନାୟକଙ୍କୁ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କାର୍ଯ୍ୟକର୍ତାଙ୍କ ଗ୍ରହଣରେ ନିର୍ବାଚନମଣ୍ଡଳୀର ସିଉଳା (୧୬୯ ବୁଥ୍‌ରେ)ଠାରେ ‘ପ୍ରଧାନମନ୍ତ୍ରୀ ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଥିଲେ ।
ଏହି ପ୍ରଚାର ଅବସରରେ ରାଜ୍ୟ ଉପସଭାପତି ଅନୀତା ପଟ୍ଟନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁର, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ରଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।