ବ୍ରହ୍ମପୁର ମେୟର: ଜିତିଲେ ସଂଘମିତ୍ର ଦଳେଇ ବିଜେଡି ପ୍ରାର୍ଥୀ

ବ୍ରହ୍ମପୁର: ପୌର ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ପ୍ରାରମ୍ଭିକ ଫଳାଫଳ ସାମ୍ନାକୁ ଆସିଛି । ବ୍ରହ୍ମପୁର ମହାନଗର ମେୟର ପଦବୀ ହାତେଇଛି ବିଜେଡି । ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ଏଥିରେ ବିଜୟୀ ହୋଇଛନ୍ତି । ୨୦,୨୩୬ ଭୋଟ ବ୍ୟବଧାନରେ ସଂଘମିତ୍ରା ଜିତିଥିବା ସୂଚନା ମିଳିଛି । ନିକଟତମ ବିଜେପି ପ୍ରତିଦ୍ୱନ୍ଦୀକୁ ହରାଇ ବ୍ରହ୍ମପୁର ମେୟର ପଦ ଜିତିଛନ୍ତି ସଂଘମିତ୍ରା । ତେବେ ସେଠାରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ କିଏ ଜିତିବ, ତାହା କହିବା ମୁସକିଲ ହୋଇଥିଲା । ଶେଷରେ ସଂଘମିତ୍ର ଦଳେଇ ଏଥିରେ ବାଜି ମାରିଛନ୍ତି । ଅନ୍ରପଟେ ସଂଘମିତ୍ରା ଦଳେଇ ପୂର୍ବରୁ ୩ ଲଗାତାର ଭାବେ କର୍ପୋରେଟର ହୋଇଥିଲେ ଓ ବିଜେଡିର ମହିଳା  ସଭାନେତ୍ରୀ ମଧ୍ୟ ରହିଥିଲେ ।