ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର

ପୁଣି ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ। ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ତୈଳ ଦର। ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି। ସେହିପରି ଡିଜେଲ ଲିଟର ପିଛା ୮୪ ପଇସା ବୃଦ୍ଧି ଘଟିଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୫.୪୦ ପଇସାରେ ପହଞ୍ଚିଛି ସେହିପରି ଡିଜେଲ ଲିଟର ପିଛା ୯୫.୧୩ ପଇସା ହୋଇଛି। ଏହାକୁ ମିଶାଇ ଗଲା ୪ ଦିନ ଭିତରେ ୩.୫୦ପଇସା ବୃଦ୍ଧି ପାଇଛି।

ଏହାକୁ ଦୃଷ୍ଟିରେ ରଖି ଆଗାମି ୧୫ରୁ  ୨୦ ଦିନ ଯାଏଁ ଏଭଳି ତୈଳ ଦର ଲଗାତାର ବଢ଼ିବ ବୋଲି ରାଜ୍ୟ ପେଟ୍ରୋଲିଅମ ଡିଲର ଆସୋସିଏସନର ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି। ସେହିପରି ଦିଲ୍ଲୀରେ ଡିଜେଲ୍‌ ଲିଟର ପିଛା ୮୯ଟଙ୍କା ୮୭ ପଇସା ଏବଂ ପେଟ୍ରୋଲ୍‌ ଲିଟର୍‌ ପିଛା ୯୮ଟଙ୍କା ୬୧ ପଇସାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ରହିଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୩୫ ପଇସା ଥିବା ବେଳେ ଡିଜେଲ ଦର ଲିଟର ପିଛା ୯୭ଟଙ୍କା ୫୫ପଇସା ରହିଛି।