ଚାଲିଗଲା କଂଚା, ରହିଲା ପାଚିଲା: ଆମର ଗର୍ବ ରସୁଲପୁର ଭଙ୍ଗାସେତୁ

ଯାଜପୁର: ମାତ୍ର ୧୫ ବର୍ଷର ସେତୁ ଭୁଶୁଡ଼ିଯାଇଛି । ଏଥିରୁ ଆମ ବୈଷୟିକ ଜ୍ଞାନକୌଶଳ କେତେ ଉଚ୍ଚକୋଟିର, ତାହା ପ୍ରମାଣିତ ହୋଇଯାଇଛି ବୋଲି ସାଧାରଣରେ ଆଲୋଚନା ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସେମାନଙ୍କ ଉପରେ ଆଉ ଭରସା କରିହେଉନି । ଉଭୟଙ୍କ ଅମଳରେ ପ୍ରତିଟି ଅତ୍ୟାବଶ୍ୟକ ସେବାକ୍ଷେତ୍ରରେ ଘରୋଇ ସଂସ୍ଥା ପ୍ରବେଶ କରି ଲୋକଙ୍କୁ ଲୁଟିଚାଲିଛି । ରସୁଲପୁର ଅଂଚଳରେ ୭୦ ବର୍ଷର ସେତୁଟି ଅକ୍ଷୁର୍ଣ୍ଣ ଅଛି । […]

ଯାଜପୁର: ମାତ୍ର ୧୫ ବର୍ଷର ସେତୁ ଭୁଶୁଡ଼ିଯାଇଛି । ଏଥିରୁ ଆମ ବୈଷୟିକ ଜ୍ଞାନକୌଶଳ କେତେ ଉଚ୍ଚକୋଟିର, ତାହା ପ୍ରମାଣିତ ହୋଇଯାଇଛି ବୋଲି ସାଧାରଣରେ ଆଲୋଚନା ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସେମାନଙ୍କ ଉପରେ ଆଉ ଭରସା କରିହେଉନି । ଉଭୟଙ୍କ ଅମଳରେ ପ୍ରତିଟି ଅତ୍ୟାବଶ୍ୟକ ସେବାକ୍ଷେତ୍ରରେ ଘରୋଇ ସଂସ୍ଥା ପ୍ରବେଶ କରି ଲୋକଙ୍କୁ ଲୁଟିଚାଲିଛି । ରସୁଲପୁର ଅଂଚଳରେ ୭୦ ବର୍ଷର ସେତୁଟି ଅକ୍ଷୁର୍ଣ୍ଣ ଅଛି ।

ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ବର୍ମାଙ୍କ ମତରେ ନିର୍ମାଣଗତ ତ୍ରୁଟି କାରଣରୁ ସେତୁଟି ଭୁଶୁଡ଼ିଛି । ୫୦ ବର୍ଷ ପାଇଁ ନିର୍ମାଣ କରାଯାଇଥିବା ସେତୁ ମାତ୍ର ୧୫ ବର୍ଷରେ ପରଲୋକ ଗମନ କରିଛି । ସବୁକିଛି ଈଶ୍ୱରଙ୍କ ଇଛାରେ ଚାଲିଛି, ଛାର ମଣିଷ କ’ଣ କରିପାରିବ? ଅତିବେଶିରେ ସେତୁ ନିର୍ମାଣ ପାଇଁ ରାଜକୋଷରୁ ବହୁ କୋଟି ଟଙ୍କା ଶ୍ରାଦ୍ଧ କରିପାରିବ? ସେତୁ ନିର୍ମାଣକୁ ତଦାରଖ କରୁଥିବା ଇଞ୍ଜିନିୟରଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ । ଯାହା ଘଟିଛି, ସବୁ ପ୍ରଭୁ ନାରାୟଣଙ୍କ ଇଛାରେ ଘଟିଛି । ସେତୁ ଭୁଶୁଡ଼ିବା ଘଟଣା ଶୁଣି ରାଜପଥ ଅଧିକାରୀ ବର୍ମା ପ୍ରଥମେ କାନକୁ ବିଶ୍ୱାସ କରିପାରିଲେନି ।

ଘଟଣାର ପୃଷ୍ଠଭୂମିକୁ ଚାଲନ୍ତୁ, ମଙ୍ଗଳବାର ଭୋର ସମୟରେ ରସୁଲପୁର ବ୍ଲକ ଛକ ନିକଟରେ ଠିଆ ହୋଇଥିବା ସେତୁଟି ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଥିଲା । ଈଶ୍ୱରଙ୍କ କରୁଣାରୁ କୌଣସି ବସ, ଟ୍ରକ, ହାଲୁକା ଯାନ ଦୁର୍ଘଟଣାଗ୍ରସ୍ତ ହୋଇନାହିଁ । ୟା’କୁ ତ କହନ୍ତି, ଭଗବାନଙ୍କ କରୁଣା । ଭୁବନେଶ୍ୱର-ବାଲେଶ୍ୱର ରାସ୍ତାରେ ଯାନବାହନ ଚଳାଚଳ ବାଧା ପାଇଛି ।

ଆମେ ଆଶା କରୁଛୁ, ସେତୁ ଭୁଶୁଡ଼ିବା ଘଟଣାରେ ବିଜେପି ତୁମ୍ବିତୋଫାନ କରିବନି କାରଣ ରାଜପଥ ନିର୍ମାଣ ଦାୟିତ୍ୱ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିରସ୍ତାର । ତେବେ ବିଜେଡି ଏହି ଘଟଣାରେ ମଧ୍ୟ ପାଟି ଖୋଲିବନି କାରଣ ତୁ ତ ମୁତୁରି, ମୁଁ ତ ମୁତୁରି । କହିଦେଉଛୁ, ଭାଙ୍ଗିଥିବା ସେତୁଟି ୨୦୦୮ରେ ନିର୍ମାଣ କରାଯାଇଥିଲା ।
ଲୋକମାନେ କୁହାକୁହି ହେଉଛନ୍ତି, ୭୦ ବର୍ଷର ବୁଢ଼ାଟା ପୁରାଦମରେ ଠିଆ ହୋଇଛି; ମାତ୍ର ୧୫ ବର୍ଷର ଟୋକାଟା ଚାଲିଗଲା । ଭେଜାଲ ମାଲରେ ତିଆରି ହୋଇଥିବା ସେତୁଟି ଅକାଳରେ ଚାଲିଗଲା ।