ଦାଦା ବଟି ମାଗି ବନ୍ଧାହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର: ଦାଦା ବଟି ମାଗି ବନ୍ଧାହେଲେ ଦୁଇ ଜଣ । ୫ ଲକ୍ଷ ଟଙ୍କା ଦାଦା ବଟି ମାଗିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ ଦୁଇ ଜଣ ହେଲେ ସୁନୀଲ ସ୍ବାଇଁ ଓ ସୁଧୀର ମାର୍ଥା ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ମସିହାରେ ଜଣେ ବ୍ୟବସାୟୀଙ୍କଠାରୁ ବଟି ମାଗିଥିଲେ ଦୁଇ ଅଭିଯୁକ୍ତ । ଏନେଇ ବ୍ୟବସାୟୀ ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ତଦନ୍ତ ପରେ ଦୁଇ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ବ୍ୟବସାୟୀ ଅନୁସୟା ମିଶ୍ରଙ୍କଠାରୁ ଦାଦାବଟି ଆଦାୟ କରିବା ନେଇ ଅଭିଯୋଗ ହୋଇଥିଲା ।