କୋଟିଏ ଟଙ୍କାରୁ ଅଧିକ ଟଙ୍କା ଠକିଥିବା ୨ ନକଲି ଆଇଏଏସ୍ ଅଫିସର ଗିରଫ

ଭୁବନେଶ୍ୱର: କୋଟିଏ ଟଙ୍କାରୁ ଅଧିକ ଟଙ୍କା ଠକିଥିବା ୨ ନକଲି ଆଇଏଏସ୍ ଅଫିସର ଗିରଫ ହୋଇଛି । ଟ୍ୱିନ ସିଟିରୁ ଉଭୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଗିରଫ ହୋଇଥିବା ୨ ନକଲି ଆଇଏଏସ୍ ଅଫିସର ହେଉଛନ୍ତି ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର । ଜଣେ ଠକ ନିଜକୁ ଆଡିସନାଲ ସେକ୍ରେଟେରୀ କହି ଠକୁଥିଲା ତ ଆଉ ଜଣେ ନିଜକୁ ପିଡବ୍ଲ୍ୟୁଡି ଅଫିସର ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲା । ଠିକାଦାରୀ ଦେବା ନାଁରେ ୧ କୋଟି ୧୭ ଲକ୍ଷ ଟଙ୍କା ଠିକିଥିବା ଅଭିଯୋଗ ହୋଇଛି । ୩ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ସେମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।