ବିଧାନସଭାରେ ହାଥରସର ଗଣଦୁଷ୍କର୍ମ ତାତି

ଭୁବନେଶ୍ବର(ଏସ୍ ନ୍ଯୁଜ): ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଉତ୍ତରପ୍ରଦେଶର ହାଥରସର ଗଣଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଦଳ ଗୃହରେ ନାରାବାଜି କରିଛନ୍ତି। ଗୃହକୁ ଅପରାହ୍ନ ୩ଟା ଯାଏଁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ହାଥରସକୁ ଯିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୁଲିସ ଯେଭଳି ଦୁର୍ବ୍ୟବହାର ପ୍ରଦର୍ଶନ କଲା, ତା’ବିରୋଧରେ ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ। ଗୃହର ମଧ୍ୟଭାଗକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନାରାବାଜି କରିବା ସହ ହଙ୍ଗାମା କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଇସ୍ତଫା ଦାବି କରିବା ସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଜିନ୍ଦାବାଦ ଧ୍ବନି ଦେଇଥିଲେ କଂଗ୍ରେସ ବିଧାୟକ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଯାଇଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ପୁଲିସ ମାଡ଼ ମାରିବା ଓ ଠେଲିଦେବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ତେବେ କଂଗ୍ରେସ ସଦସ୍ୟଙ୍କ ନାରାବାଜି ଫଳରେ ଗୃହକୁ ପ୍ରଥମେ ୧୫ ମିନିଟ ଯାଏଁ ମୁଲତବୀ କରାଯାଇଥିଲା।

ଅନ୍ୟପଟେ ଏହି ଘଟଣାକୁ ବିଜେଡି ବିଧାୟିକା ସ୍ନେହାଙ୍ଗିନି ଛୁରିଆ ଦୃଢ ଭାବେ ନିନ୍ଦା କରୁଛୁ। ୟୁପି ପୁଲିସ ଏବଂ ପ୍ରଶାସନ ସେଠାରେ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଅଭିଯୋଗ କରି ଆମେ ଦଳିତ ଝିଅ ପାଇଁ ନ୍ୟାୟ ଚାହୁଁଛୁ ବୋଲି କହିଛନ୍ତି ।