୧୧ଟି ସହରର ପାରଦ ୧୫ ଡିଗ୍ରୀ ତଳେ

ଭୁବନେଶ୍ୱର (ଏସ୍ ନ୍ୟୁଜ) : ପସରା ମେଲାଇଛି ଶୀତ । ରାଜ୍ୟର ଅଧିକାଂଶ ସ୍ଥାନରେ ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉ ଥିବାବେଳେ ସନ୍ଧ୍ୟା ସମୟରେ ମାଡ଼ି ଆସୁଛି ଜାଡ଼ ।

କିଛି ଦିନ ହେଲା ଅନେକ ସ୍ଥାନରେ ତାପମାତ୍ରା ଲଗାତର ଭାବେ ୧୫ ଡିଗ୍ରୀ ତଳେ ରହୁଛି । ଗତକାଲି ୧୧ଟି ସହରର ପାରଦ ୧୫ ଡିଗ୍ରୀ ତଳେ ଥିବା ବେଳେ ୧୦ ଡିଗ୍ରୀ ତଳେ ୩ଟି ସହର ଥିଲା । ୯.୨ ଡିଗ୍ରୀ ପାରଦ ସହ ସବୁଠୁ ଥଣ୍ଡା ସହର ପାଲଟିଥିଲା ସୋନପୁର । ସେହିପରି ଦାରିଙ୍ଗିବାଡ଼ିରେ ୯.୫ ଓ ଫୁଲବାଣୀରେ ୯.୮ ଡିଗ୍ରୀ ତାପମାତ୍ରା ରହିଥିଲା । କୋରାପୁଟରେ ମଧ୍ୟ ଶୀତର ପ୍ରଭାବ ବେଶ୍ ଅନୁଭୂତ ହେଉଛି । କୋରାପୁଟରେ ଗତକାଲି ତାପମାତ୍ରା ଥିଲା ୧୧.୨ ଡିଗ୍ରୀ ।