ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ : ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ :ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ କେନ୍ଦ୍ର ସରକାର ରାଜି ଥିବା ବେଳେ ରାଜ୍ୟ ସରକାର ସ୍ଥିତି ପରିବର୍ତ୍ତନ କରିବା ଜରୁରୀ। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି।

ଚିଠିରେ ସେ ଲେଖିଛନ୍ତି ଯେ ,କେନ୍ଦ୍ର ସରକାରଙ୍କ ପାଖରେ ଏ ନିଷ୍ପତି ଅଟକିନାହିଁ। ବରଂ ଓଡିଶା ହାଇକୋର୍ଟଙ୍କ ନିଷ୍ପତିକୁ କେନ୍ଦ୍ର ଅପେକ୍ଷା କରୁଛି ।ସ୍ପଷ୍ଟ ଭାବେ ସେ ଲେଖିଛନ୍ତି ଯେ ଓଡିଶା ସରକାର ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ଦୁଇଟି ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ତାଙ୍କ ଚିଠିରେ ଆହୁରି କହିଛନ୍ତି ଯେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଯଶଓୱନ୍ତ ସିଂହ କମିସନ ସୁପାରିସ ଓ ସୁପ୍ରିମ କୋର୍ଟ ୨୦୦୦ ରେ ଦେଇଥିବା ନିର୍ଦେଶ ଆଧାର ରେ ହେବ । ପ୍ରଚଳିତ ବ୍ୟ ବସ୍ଥା ଅନୁଯାୟୀ ଏଥିପାଇଁ ରାଜ୍ୟ ସରକାରଙ୍କ ସୁପାରିସ ଓ ଏହା ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ତଥ୍ୟ କୁ ନେଇ କଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି ତାହା ଜଣାପଡିନାହିଁ ।

ରାଜ୍ୟ ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖି ତାଙ୍କର ମତାମତ ଲୋଡ଼ିଥିଲେ। କିନ୍ତୁ ଏଯାବତ ହାଇକୋର୍ଟଙ୍କଠାରୁ କୌଣସି ଉତ୍ତର ଆସିନାହିଁ।୨୦୧୯ ଜାନୁୟାରୀ ୧୨ ତାରିଖରେ ଓଡିଶା ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ପତ୍ର ଲେଖାଯାଇ ଏ ବିଷୟରେ ଅବଗତ କରାଯାଇଛି ଯେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କିଛି ବି ଜଣାଇ ନାହାନ୍ତି ।

ତେବେ ରାଜ୍ୟସଭା ସାଂସଦ ଆଚାର୍ଯ୍ୟ ଓ କେନ୍ଦ୍ର ଆଇନମନ୍ତ୍ରୀ ରବି ସଂକର ପ୍ରସାଦ ପତ୍ର ଜରିଆରେ ଉତ୍ତର ଦିଆନିଆର ରାଜନୈତିକ ବୟାନ ସମାନ ରହିଛି । ଫେବୃଆରୀ ୪ ତାରିଖରେ ରାଜ୍ୟସଭାରେ ଶୂନ୍ୟକାଳରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉଠାଇଥିଲେ । ସରକାରଙ୍କ ତରଫରୁ କୌଣସି ବିଲ ଆସିବାର ନାହିଁ ବୋଲି ମନେହେଉଛି । ବେସରକାରି ବିଲକୁ ଆଣିବାକୁ ଉଦ୍ୟମ ଚାଲିଥିବାବେଳେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ କେନ୍ଦ୍ର ରାଜି ଥିବା ବେଳେ ରାଜ୍ୟ ସରକାର ସ୍ଥିତି ବଦଳେଇବା ଦରକାର ବୋଲି ଚିଠିରେ କୁହାଯାଇଛି ।

ଉଲେଖଯୋଗ୍ୟ, ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଗତ ଦୁଇବର୍ଷ ଧରି ବିଭିନ୍ନ ଜିଲ୍ଲାରେ ମାରାଥାନ ଆନ୍ଦୋଳନ ଚାଲିଥିଲା । କିନ୍ତୁ କରୋନା ଯୋଗୁ ଏହି ଆନ୍ଦୋଳନକୁ ପଛରେ ପଡିଯାଇଛି । ବିଭିନ୍ନ ସଂଗଠନ ଏବଂ ଓକିଲ ସଂଘ ଏହି ଆନ୍ଦୋଳନର ପରବର୍ତ୍ତୀ ରଣନୀତି ପ୍ରସ୍ତୁତି ଜାରି ରଖିଛନ୍ତି।ଆଗାମୀ ଦିନରେ ଏହା ପୁଣି ଉଗ୍ରରୂପ ନେବାର ସମ୍ଭାବନା ରହିଛି ।