ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ର ଉନ୍ନତି କରଣ ପାଇଁ ବିଧାୟକ ଙ୍କ ସହ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ଗସ୍ତ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଂଚାୟତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଂଚାୟତ ଘାଟବାଲିଜୋଡି ସ୍ଥିତ ଭୀମକୁଣ୍ଡର ସାମୁହିକ ବିକାଶ କାର୍ଯ୍ୟକୁ ତ୍ବରାନ୍ନିତ କରିବା ପାଇଁ ଆଜି ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ସହ ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ, ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ତାପସ ରଞ୍ଜନ ଦେହୁରୀ,

ପୂର୍ତ୍ତ ବିଭାଗ ଘଟଗାଁ ର ଅଧିକ୍ଷଣ ଯନ୍ତ୍ରୀ, ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ ଙ୍କ ସ୍ଥାନୀୟ ଲୋକ ପ୍ରତିନିଧି ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ପୂର୍ତ୍ତ ବିଭାଗ ଦ୍ଵାରା ଭୀମକୁଣ୍ଡ ର ଉନ୍ନୟନ ପାଇଁ ସ୍ଥାପତ୍ୟକାରୀ ସଂସ୍ଥା ଦ୍ଵାରା ଯୋଜନା ପ୍ରସ୍ତୁତ କରିବା ସହ ବଡ କୁଣ୍ଡକୁ ରାସ୍ତା, ମନ୍ଦିର ନିକଟରେ ଉଚ୍ଚ କଂକ୍ରିଟ କାନ୍ଥ, ବଡ଼ମଞ୍ଚ ନିର୍ମାଣ, ଯାନବାହାନ ରହଣି ସ୍ଥଳରେ ଶୌଚାଳୟ, ବିଜୁଳି ଓ ପାଣି ସୁବିଧା ଆଦି ବିଭିନ୍ନ