ହେଲମେଟ୍‍ ପାଇଁ ଜୋରିମାନା ଗଣିଲେ ଦୁଇ ବିଧାୟକ

ବାଲେଶ୍ୱର ହେମକାନଦା ଛକରେ ହେଲମେଟ୍‍ ଯାଞ୍ଚ ସମୟରେ ଏହି ଫାଇନ ଆଦାୟ କରାଯାଇଛି…

ବାଲେଶ୍ୱର : ହେଲମେଟ ପାଇଁ ତଣ୍ଡ ଗଣିଲେ ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକ। ଆଜି ଅପରାହ୍ନ ସମୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସଙ୍କୁ ଟ୍ରାଫିକ ପୁଲିସ ବିନା ହେଲମେଟ୍‍ ରେ ଗାଡି ଚଳାଉଥିବାରୁ ଫାଇନ ଆଦାୟ କରିଛନ୍ତି। ବାଇକ ମାଲିକଙ୍କ ନାଁରେ ଚାଲାଣ କଟା ହୋଇଥିବା ବେଳେ ବିଧାୟକ ଏହି ଫାଇନ ଦେଇଛନ୍ତି। ବାଲେଶ୍ୱର ହେମକାନଦା ଛକରେ ହେଲମେଟ୍‍ ଯାଞ୍ଚ ସମୟରେ ଏହି ଫାଇନ ଆଦାୟ କରାଯାଇଛି। ମନ୍ତ୍ରୀଙ୍କୁ ପଛରେ ବସାଇ ବିଧାୟକ ସ୍ୱରୂପ ଦାସ ବାଇକ ଚଲାଉଥିଲେ। ବିନା ହେଲମେଟ୍‍ ରେ ବାଇକରେ ଉଭୟ ଯାଉଥିବାରୁ ଜରିମାନା ଆଦାୟ କରାଯାଇଛି।