160×600
160×600

କେତେ ସୁରକ୍ଷିତ ଆମ ଚିଲିକା?

ପର୍ଯ୍ୟଟକଙ୍କ ନୟନତାରା ଅପାଶୋରା ଚିଲିକାରେ ଦୁର୍ଘଟଣା ଏବେ ମାମୁଲି ହୋଇଗଲାଣି । ଅସୁରକ୍ଷିତ ମଝି ଚିଲିକାରେ ଦୁର୍ଘଟଣା ଜୀବନ ପ୍ରତି ମହାବିପଦ ସୃଷ୍ଟି କରିପାରେ । ଚିଲିକାରେ ନୌସେନାର ପ୍ରଶିକ୍ଷଣ କେନ୍ଦ୍ର ରହିଥିଲା ବେଳେ ଓଡ଼ିଶା ସରକାର ତା’ର ସହାୟତା ନେଇପାରନ୍ତେ । ସାରା ଚିଲିକାରେ ପର୍ଯ୍ୟଟକ ଓ ମତ୍ସଜୀବୀଙ୍କ ସୁରକ୍ଷା ଦାୟିତ୍ୱ ନୌସେନା ବହନ କରିବା ଜରୁରୀ ହୋଇପଡ଼ିଛି । ଏତେବଡ଼ ହ୍ରଦ ଭିତରେ ଥିବା ଛୋଟବଡ଼ ଟାପୁ ଉପରେ ତୀକ୍ଷ୍ମଣ ନଜର ରଖିବା ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି କେନ୍ଦ୍ର ସରକାର ଚିନ୍ତା କରିବା ଉଚିତ ।

ବୁଧବାର ଦିନ (ଅକ୍ଟୋବର ୨୪) କିଛି ପର୍ଯ୍ୟଟକଙ୍କୁ ଧରି ଗୋଟିଏ ଡଙ୍ଗା ଚିଲିକାର ଗଣ୍ଡ ଅଂଚଳକୁ ଚାଲି ଯାଇଥିଲା । କୌଣସି କାରଣରୁ ଡଙ୍ଗା ଉପରୁ ନାଉରିଆ ଚିଲିକାକୁ ଖସିପଡ଼ିଲେ । ଡଙ୍ଗାଟି ଗଣ୍ଡରେ ଘୁରି ବୁଲୁଥିବା ବେଳେ ସେଥିରେ ବସିଥିବା ପର୍ଯ୍ୟଟକମାନେ ଜୀବନ ବିକଳରେ ଚିକ୍ରାର କରିଥିଲେ । ଆଖପାଖରେ ଥିବା ଅନ୍ୟ ଡଙ୍ଗା ଚାଳକମାନେ ଦୁର୍ଘଟଣା ସ୍ଥଳରେ ପହଂଚି ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଡଙ୍ଗାରୁ ଖସି ପଡ଼ିଥିବା ନାଉରିଆ ବିକ୍ରମ କେଶରୀ ଜାଲିଙ୍କ ସନ୍ଧାନ ପାଇଲେନି ।

ଖବର ପାଇ ଉଦ୍ଧାରକାରୀ ଦଳ ନିଖୋଜ ବିକ୍ରମଙ୍କୁ ଖୋଜୁଛନ୍ତି । ଡଙ୍ଗାଟି ସାତପଡ଼ା ଘାଟରୁ ମଗରମୁହାଁ ନିକଟକୁ ଯାଉଥିଲା । ଶୁଣାଯାଉଛି, ଡଙ୍ଗା ଉପରୁ ନିୟନ୍ତ୍ରଣ ହରାଇ ବିକ୍ରମ ଚିଲିକାକୁ ଖସି ପଡ଼ିଲେ । ଡଲଫିନ୍‌ ପାଇଁ ଚିଲିକା ସ୍ୱତନ୍ତ୍ର ପରିଚୟ ବହନ କରିଛି । ହଜାର ହଜାର ପର୍ଯ୍ୟଟକ ଚିଲିକାକୁ ଆସିବାର କାରଣ ଡଲଫିନ୍‌ । ତା’ ସହିତ ଜାତିଜାତିକା ବିଦେଶୀ ପକ୍ଷୀଙ୍କର କଳରବରେ ହସିଉଠେ ଚିଲିକା ।