ଏସ୍‌ଆଇଙ୍କ ମୃତ୍ୟୁ ମାମଲାରେ ବଦଳି ହେଲେ ଆଇଆଇସି

ଜି. ଉଦୟଗିରି ଥାନା ଆଇଆଇସି  ରେବତୀ ଶବରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ…

ବାଲିଗୁଡ଼ା: ଜି. ଉଦୟଗିରି ଥାନା ଆଇଆଇସି  ରେବତୀ ଶବରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଆଇଆଇସିଙ୍କ ବଦଳି ନେଇ କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ରେବତୀଙ୍କ ବଦଳରେ ଟିକାବାଲି ଥାନା ଆଇଆଇସିଙ୍କୁ ଜି. ଉଦୟଗିରି ଥାନା ଦାୟିତ୍ୱ ଦିଆଯାଇଛି ।ଜି. ଉଦୟଗିରି ଏସ୍ଆ‌ଇ ସ୍ୱାଗତିକାଙ୍କ ମୃତ୍ୟୁ ପାଇଁ ଆଇଆଇସି  ଙ୍କୁ ଦାୟୀ କରାଯାଇଥିଲା।ଶନିବାର ରାତିରେ ସ୍ୱାଗତିକାଙ୍କ ମା’ ଓ ଭାଇ ଜି ଉଦୟଗିରି ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ।

ଆଇଆଇସି ସ୍ୱାଗତିକାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଏତଲାରେ ଦର୍ଶାଇଥିଲେ। ଆଇଆଇସି ସ୍ୱାଗତିକାଙ୍କୁ ମାରି ଝୁଲାଇ ଦେଇଛନ୍ତି ନ ହେଲେ ତାଙ୍କ ନିର୍ଯାତନା ସହି ନପାରି ସ୍ୱାଗତିକା ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ।