କଟକ ମହାନଗର ନିଗମରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର, କଂଗ୍ରେସ ଆଗୁଆ

ଭୁବନେଶ୍ବର: କଟକ ମହାନଗର ନିଗମ (ସିଏମ୍‌ସି)ରେ ଭୋଟ ଗଣତି ଜାରି ରହିଛି। ଏଠାରେ ବିଜେଡି ପ୍ରାର୍ଥୀ ସୁବାସ ସିଂହ ଆଗୁଆ ଅଛନ୍ତି। କିନ୍ତୁ ସୁବାସ ସିଂହଙ୍କୁ କଂଗ୍ରେସର  ପ୍ରାର୍ଥୀ ଗିରିବାଳା ବେହେରା କଡ଼ା ଟକ୍କର ଦେଉଛନ୍ତି।

ରିପୋର୍ଟ ଲେଖାଯିବା ବେଳକୁ କଂଗ୍ରେସ ପ୍ରାର୍ଥୀ ଗରିବାଳା ବେହେରାଙ୍କୁ ୫୯୪୯ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସୁବାସ ସିଂହଙ୍କୁ ୫୫୭୪ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୨୩୦୬ ଖଣ୍ଡ ଭୋଟ୍‌ ମିଳିଛି।

ଭୁବନେଶ୍ବର ମହାନଗର ନିଗମରେ ଆଜି ପ୍ରାୟ ୨ ଘଣ୍ଟା ବିଳମ୍ବରେ ଭୋଟ ଗଣତି ହୋଇଛି। ଏଥିପାଇଁ ଏଠାକାର ଟ୍ରେଣ୍ଡ ଆସିପାରି ନାହିଁ। ସେହିଭଳି ବ୍ରହ୍ମପୁରରେ ଗଣତି ଜାରି ଥିଲେ ମଧ୍ୟ ଟ୍ରେଣ୍ଡ ଘୋଷଣା ହୋଇ ନାହିଁ। ଏଥି ସହିତ ରାଜ୍ୟର ୧୦୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକାର କିଛି ସ୍ଥାନରେ ଫଳାଫଳ ଘୋଷିତ ହୋଇଥିବା ବେଳେ ବାକି ସ୍ଥାନରେ ଗଣତି ଜାରି ରହିଛି।