ଜାରି ରହିଛି ପୌର ନିର୍ବାଚନର ଭୋଟ୍‌ ଗଣତି: ବିଭିନ୍ନ ସ୍ଥାନରେ ବିଜେଡି ଆଗୁଆ

ଭୁବନେଶ୍ୱର: ଜାରି ରହିଛି ପୌର ନିର୍ବାଚନର ଭୋଟ୍‌ ଗଣତି । ବିଭିନ୍ନ ସ୍ଥାନରେ ଆଗୁଆ ରହିଛି ବିଜେଡି । ପିପିଲି ଏନଏସିର ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୩୦୬ ଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ, ପିପିଲିର ୪ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି କଳାହାଣ୍ଡିର ଭବାନୀପାଟଣା ଓ ଧର୍ମଗଡ଼ରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି  । ବାସୁଦେବପୁରର ମୁନିସିପାଲିଟିରେ ମଧ୍ୟ ବିଜେଡି ଦମଦାର ପ୍ରଦର୍ଶନ କରୁଛି । ବର୍ତ୍ତମାନର ଗଣତି ଅନୁସାରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ପିପିଲରେ ମଧ୍ୟ ବିଜେଡି ଦମ୍‌ଦାର ପ୍ରଦର୍ଶନ କରିଛି ୯ଟି ୱାର୍ଡରୁ ବିଜେଡି ହାତକୁ ଯାଇଛି ୮ଟି ୱାର୍ଡ । ଗୋଟିଏ ୱାର୍ଡରେ ବିଜେପି ଜିତିଛି ।