ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୯ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ କରୋନା ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୯ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫,୬୯୯ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୪,୧୩୪ ଜଣ । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୯୭୨ ପଜିଟିଭ୍ ରହିଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୨,୯୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଅନୁଗୁଳରୁ ୧୧୪, ବାଲେଶ୍ୱର ୨୮୬, ବରଗଡ ୧୭୨, ଭଦ୍ରକ ୧୨୯, ବଲାଙ୍ଗିର ୨୮୮, ବୌଦ୍ଧ ୧୨୦, କଟକ ୭୭୪, ଦେବଗଡ ୪୭, ଢେଙ୍କାନାଳ ୯୫, ଗଜପତିରୁ ୮୮ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୬୯, ଜଗତସିଂହପୁର ୧୫୨, ଯାଜପୁର ୨୫୬, ଝାରସୁଗୁଡା ୧୬୮, କଳାହାଣ୍ଡି ୧୭୧, କନ୍ଧମାଳ ୯୧, କେନ୍ଦ୍ରାପଡା ୯୯, କେନ୍ଦୁଝରରେ ୧୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋରାପୁଟ ୧୭୪, ମାଲକାନଗିରି ୫୬, ମୟୁରଭଞ୍ଜ ୨୯୫, ନବରଙ୍ଗପୁର ୧୫୬, ନୟାଗଡ ୨୯୨, ନୂଆପଡା ୧୭୩, ପୁରୀ ୧୪୬, ରାୟଗଡା ୨୭୪, ସମ୍ବଲପୁର ୨୦୬, ସୋନପୁର ୧୧୭, ସୁନ୍ଦରଗଡ ୧,୧୩୪ ଷ୍ଟେଟପୁଲରୁ ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।