ଆଇସିସି ଓଡିଆଇ ଟିମରେ ବାବର ଅଧିନାୟକ

ନୂଆଦିଲ୍ଲୀ : ୨୦୨୧ ବର୍ଷ ପାଇଁ ଦିନିକିଆ ଦଳ ଘୋଷଣା କରିଛି ଆଇସିସି । ସବୁଠୁ ବଡ କଥା ହେଉଛି ଆଇସିସି ପକ୍ଷରୁ ଜାରି କରାଯାଇଥିବା ଲିଷ୍ଟରେ କୌଣସି ଭାରତୀୟ ଖେଳାଳିଙ୍କ ନାଁ ନାହିଁ । ଆଇସିସି ପକ୍ଷରୁ ଜାରି କରାଯାଇଥିବା ଦିନିକିଆ ଦଳରେ ପାକିସ୍ତାନର କ୍ରିକେଯର ବାବର ଆଜମ୍‌ ଅଧିନାୟକ ମନୋନୀତ ହୋଇଛନ୍ତି । ସେହିପରି ୧୧ ଜଣିଆ ଦଳରେ ୨ ଜଣ ପାକିସ୍ତାନୀ, ବାଂଲାଦେଶର ୩, ଶ୍ରୀଲଙ୍କାର ୨ଜଣ, ଦକ୍ଷିଣ ଆଫ୍ରିକାର ୨ ଏବଂ ଆୟରଲାଣ୍ଡର ୨ ଜଣ ଖେଳାଳିଙ୍କୁ ଆଇସିସି ଦିନିକିଆ ଖେଳାଳି ତାଲିକାରେ ସ୍ଥାନ ମିଳିଛି । ସୂଚନା ଅନୁସାରେ ୨୦୨୧ରେ ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏଥିରେ ସାମିଲ କରାଯାଇଛି ।

ସେହିପରି ଆୟରଲାଣ୍ଡରୁ ୨ ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ଭାରତରୁ କୌଣସି ଖେଳାଳିଙ୍କୁ ସ୍ଥାନ ମିଳିନାହିଁ । ଆଇସିସି ଜାରି କରିଥିବା ଦିନିକିଆ ଦଳରେ ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମଙ୍କୁ ଅଧିନାୟକ କରିଛି । ବାବର ଗତ ସିଜିନରେ ମୋଟ ୬ ୱାନେଡରୁ ୪୦୭ ରନ କରିଛନ୍ତି । ଆଇସିସି ଜାରି କରିଥିବା ଦିନିକିଆ ଦଳ : ପୋଲ ଷ୍ଟାର୍ଲିଙ୍ଗ, ଜାନେମନ ମଲାନ, ବାବର ଆଜମ (ଅଧିନାୟକ), ଫକର ଜମାନ, ଭାନ୍‌, ଡର୍‌ ଦୁସେନ୍‌, ଶାକିବ ଉଲ ହାସନ, ମୁସ୍ତଫିଜୁର ରହିମ, ୱାନିନ୍ଦୁ ହାସାରଙ୍ଗା, ମୁସ୍ତଫିଜୁର ରେହମାନ, ସିମି ସିଂହ ଏବଂ ଦୁଷ୍ମନ୍ତ ଚାମିରା ରହିଛନ୍ତି ।