ଆଗାମୀ ୨୪ ଘଣ୍ଟାରେ ଓଡ଼ିଶାର ୧୭ ଜିଲ୍ଲାରେ କାଳବୈଶାଖୀ ସମ୍ବାବନା

ପୁଣି ଏକ ଲଘୂଚାପ ବଙ୍ଗୋପସାଗରରେ ଆସୁଥିବାର ଖବର ଆସୁଛି । ତେବେ ଆଗମାୀ ୨୪ ଘଣ୍ଟା…

ଭୁବନେଶ୍ୱର: ପୁଣି ଏକ ଲଘୂଚାପ ବଙ୍ଗୋପସାଗରରେ ଆସୁଥିବାର ଖବର ଆସୁଛି । ତେବେ ଆଗମାୀ ୨୪ ଘଣ୍ଟା ଅର୍ଥାତ୍ ୧୬ ତାରିଖ ପୁର୍ବାହ୍ନ ମଧ୍ୟରେ ଓଡ଼ିଶାର ୧୭ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ପବନ ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏହି ସମୟରେ ଅନୁଗୁଳ, ଢେଙ୍କାନାଳ, କେଉଁଝର, କୋରାପୁଟ, ମାଲକାନଗିରି ଏବଂ ମୟୁରଭଞ୍ଜ ଜିଲ୍ଲାର କିଛିକିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା,ବଲାଙ୍ଗିର, ବୌଦ୍ଧ, ଦେଓଗଡ଼,ଯାଜପୁର,ଭଦ୍ରକ, ସୁନ୍ଦରଗଡ଼ ଏବଂ ବାଲେଶ୍ୱରର କିଛିକିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ପୁର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର । ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବ ନାହିଁ । ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ରହିବା । ତେବେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସାମାନ୍ୟରୁ ଅଧିକ ରହିବା ନେଇ ପୁର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ର ।