ବଦଳିଲେ ମାହାଙ୍ଗା ଥାନା ଆଇଆଇସି

: ଭିଜିଲାନ୍ସ ଜାଲରେ ଛନ୍ଦି ହେବା ପରେ ବଦଳିଲେ ମାହାଙ୍ଗା ଥାନା ଆଇଆଇସି । ମାହାଙ୍ଗା ଆଇଆଇସି ନିହାର…

ମାହାଙ୍ଗା: ଭିଜିଲାନ୍ସ ଜାଲରେ ଛନ୍ଦି ହେବା ପରେ ବଦଳିଲେ ମାହାଙ୍ଗା ଥାନା ଆଇଆଇସି । ମାହାଙ୍ଗା ଆଇଆଇସି ନିହାର ରଞ୍ଜନଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । କାଲି ନିହାରଙ୍କ ସ୍ତ୍ରୀ ମୀନା ବେଉରା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ସ୍ତ୍ରୀଙ୍କ ଗିରଫ ପରେ ଆଇଆଇସି ଭିଜିଲାନ୍ସ ଆଗରେ ହାଜର ହୋଇଥିଲେ । ଆଗକୁ ଭିଜିଲାନ୍ସର ସର୍ଚ୍ଚ ଅପରେସନରେ ନିହାରଙ୍କୁ ଅଧିକ ଜେରା ହେବ । ଏନେଇ ରାଜ୍ୟ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ତେବେ କଟକ ଏସପି ଅଫିସକୁ ନିହାରଙ୍କ ବଦଳି ହୋଇଛି ।