ପୁରୀ ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳିବା ମନା

ପୁରୀ: ପୁରୀ ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳିବା ମନା ହୋଇଛି । ଦୀପାବଳୀରେ କାଉଁରିଆ ଜାଳିବାକୁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ ନାହିଁ । ଏହା ସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରାଯିବ । କଟକଣାକୁ ନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ଏହାରି ମଧ୍ୟରେ ଉଚ୍ଛେଦ ହୋଇଛି ଐତିହ୍ୟସମ୍ପନ୍ନ ଶ୍ରୀନହର କଚେରୀ। ଶହ ଶହ ବର୍ଷ ଧରି ସେହି କଚେରୀରେ ଚାଲୁଥିଲା ଗଜପତି ମହାରାଜଙ୍କ କାର୍ଯ୍ୟାଳୟ। ହେଲେ ପରବର୍ତ୍ତୀ ସମୟରେ ତାହାକୁ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟ କରାଯାଇଥିଲା। ହେଲେ ସେହି କୋଠାଟି ଅସୁରକ୍ଷିତ ଓ ବିପଦସଙ୍କୁଳ ଥିବାରୁ ରବିବାରଠାରୁ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ୭୫ ମିଟର ପରିଧି ଭିତରେ ଏହା ଆସୁନଥିଲେ ମଧ୍ୟ ସୌନ୍ଦର୍ଯ୍ୟକରଣ ଦୃଷ୍ଟିରୁ ଓ ବିପଦପୁର୍ଣ୍ଣ ଥିବାରୁ ତାହାକୁ ଭଙ୍ଗାଯିବା ପାଇଁ ଅନୁମତି ମାଗିଥିଲା ଶ୍ରୀମନ୍ଦିର ପ୍ରଶାସନ।