ଆଜିଠୁ କମିବ ଶୀତ

ଭୁୁବନେଶ୍ୱର: ଆଜିଠୁ ରାଜ୍ୟରେ କମିବ ଶୀତ । ବିଭିନ୍ନ ସ୍ଥାନରେ ୩ରୁ ୫ ଡିଗ୍ରୀ ରାତିର ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ । ୩ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପଶ୍ଚିମ ଝଡ଼ର ପ୍ରଭାବ ଦେଖାଦେବ । ୪ ଓ ୫ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତିରେ ବୃଦ୍ଧି ଘଟିବ । ବଙ୍ଗୋପସାଗରରୁ ପ୍ରଭାହିତ ଉଷ୍ମ ବାୟୁ ପ୍ରଭାବରେ ବଢ଼ିବ ତାପମାତ୍ରା । ଫଳରେ ରାଜ୍ୟରେ ଶୀତର ଲହରୀ କମ୍‍ ଅନୁଭୂତ ହେବ ।

ମଙ୍ଗଳବାର ଉପକୂଳ ଓଡିଶାର କେତେକ ସ୍ଥାନରେ କୁହୁଡ଼ି ହୋଇପାରେ । କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ରାୟଗଡା ଜିଲାର କିଛି ଅଞ୍ଚଳରେ କୁହୁଡ଼ି ଦେଖାଦେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।