ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଶିକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ

କୋରାପୁଟ: କୋରାପୁଟ ଜିଲ୍ଲାରେ କୋଟିପତି ଶିକ୍ଷକ ଶିଶିର କୁମାର ସେମିଳିଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଶିକ୍ଷକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଶିକ୍ଷକ ଶିଶିରଙ୍କୁ ହାଜର କରାଯିବ । ଚଢ଼ାଉ ବେଳେ ୪.୧୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି । ଏହା ସହିତ ତାଙ୍କର ୪ଟି ବହୁତଳ ପ୍ରାସାଦ, ୨୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୧୨ ଲକ୍ଷ ଟଙ୍କାର ଗହଣା ଜବତ କରାଯାଇଛି ।

ଏହା ସହିତ ୨.୮୮ ଲକ୍ଷ ଟଙ୍କା, ୨.୮୩ ଲକ୍ଷର ବୀମା ପ୍ରମାଣପତ୍ର ମଧ୍ୟ ଜବତ ହୋଇଛି । ଗତକାଲି ୬ଟି ଜାଗାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ୩୫ଟି ଆଜବେଷ୍ଟସ ଛାତ ଘର ମଧ୍ୟ ଠାବ ହୋଇଥିବା ସୂଚନା ମିଳିଛି ।