କେନ୍ଦ୍ରାପଡ଼ାରେ ସ୍କୁଲ ଗାଡ଼ିର ଫାଟିଲା ରେଡିଏଟର

କେନ୍ଦ୍ରାପଡ଼ାରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲ ଗାଡ଼ିର ରେଡିଏଟର ଫାଟିଯିବା କାରଣରୁ ୩ ଛାତ୍ର ଗୁରୁତର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ମାର୍ଶାଘାଇର ଏକ ଘରୋଇ ଇଂଲିଶ ମିଡିଅମ ସ୍କୁଲର ୩ ଛାତ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସ୍କୁଲରୁ ଘରକୁ ଫେରିବା ବେଳେ ବାଟରେ ଗାଡ଼ିର ରେଡିଏଟର ଫାଟିଥିବା ଜଣାପଡିଛି । ତେବେ ଗୁରୁତର ୩ ଛାତ୍ର ୨ୟ, ୩ୟ ଶ୍ରେଣୀର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ବୟସ ୫ରୁ ୭ ବର୍ଷ ହେବ ବୋଲି ଜଣାପଡିଛି । ସମସ୍ତ ଗୁରୁତର ଛାତ୍ରଙ୍କୁ ମାର୍ଶାଘାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।