୨୩ରେ ବାଂଲାଦେଶ ଛୁଇଁବ ବାତ୍ୟା

ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି । ୨୩ ସନ୍ଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ‘କାଲି ସନ୍ଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ୧୯ ସୁଦ୍ଧା ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପନେବ । କାଳକ୍ରମେ ଦିଗ ବଦଳାଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ୨୦ରେ ଅବପାତ ଓ ୨୧ରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ଆକାରରେ ୨୩ ସନ୍ଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ।