ଦଳ ବିରୋଧୀ କାମ ପାଇଁ ବିଜେଡିରୁ ବାହାରିଲେ ୨ ନେତା

ଭୁବନେଶ୍ୱର: ଦୁର୍ନୀତିଖୋର ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାରି ମଧ୍ୟରେ ଅନୁଗୁଳ ଆଠମଲ୍ଲିକ ଏନଏସସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।