୫୩ ନମ୍ବର କ ଜାତୀୟ ରାଜପଥରେ ଦୁର୍ଘଟଣା: ୨ଜଣ ଯୁବକଙ୍କ ମୃତ୍ୟୁ

ମହାକାଳପଡ଼ା: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର କ ଜାତୀୟ ରାଜପଥରେ ଦୁର୍ଘଟଣା ହୋଇଛି । ଜୟଚନ୍ଦ୍ରପୁର ଛକ ନିକଟରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଘଟି ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଦୁଇଜଣ ହେଲେ ଚତୁର୍ଭୂଜ ଦାସ ଓ ମହେନ୍ଦ୍ର ଶତପଥୀ । ମୃତକ ଦୁଇ ଜଣଙ୍କ ଘର କରଂଜ ଗ୍ରାମରେ ବୋଲି ଜଣାପଡ଼ିଛି । ବିଳମ୍ବିତ ରାତିରେ ମୃତ ଯୁବକ ଦୁଇଜଣଙ୍କୁ ପୁଲିସ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଦୁର୍ଘଟଣା କିପରି ହେଲା ତାର କାରଣ ଜଣାପଡ଼ିନାହିଁ । ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।