ନୟାପଲ୍ଲୀ ଥାନା ଅଞ୍ଚଳରୁ ୧୦୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ବର : ଥମୁନି ଧଳାଜହର କାରବାର । ଭୁବନେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ନୟାପଲ୍ଲୀ ଥାନା ଅଞ୍ଚଳରୁ ୧୦୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି । ଏହାସହିତ ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀପ ସିଂହ ।

ଖବର ଅନୁଯାୟୀ, ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ନେଇ ପୋଲସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ଉକ୍ତ ସ୍ଥାନରେ ଚଢାଉ କରି ୧୦୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଛି । ଏହାସହିତ ବ୍ରାଉନ୍‌ସୁଗାର କାରବାର ୪ଜଣଙ୍କୁ ଗିରଫ କରିଛି ପୋଲିସ ।ତେବେ ଜବତ ହୋଇଥିବା ବ୍ରାଉନ୍‌ସୁଗାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।