ଯାଜପୁର ଜିଲ୍ଲାରୁ ଦୁଇ ଜଣ ଓଜେଏସ୍‌ ପରୀକ୍ଷା ଫଳରେ କୃତକାର୍ଯ୍ୟ

ଚଣ୍ଡିଖୋଲ : ପ୍ରକାଶ ପାଇଛି ଓଜେଏସ୍‌ ପରୀକ୍ଷା ଫଳ । ଯାଜପୁର ଜିଲ୍ଲାରୁ ଦୁଇ ଜଣ ପରୀକ୍ଷାର୍ଥୀ ଓଜେଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛି । ଏହି ସଫଳତା ପରେ ବିଭିନ୍ନ ମହଲରୁ ପ୍ରଂଶସାର ସୁଅ ଛୁଟିଛି ।  ଓଜେଏସ୍‌ ପରୀକ୍ଷାରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଚାରିନଙ୍ଗଳ ଗାଁର ଅନିମେଶ ସାମଲ ୩୨ତମ ରାଙ୍କ ପାଇଛନ୍ତି । ଅନିମେଶ ନିଜର ସଫଳତାର ଶ୍ରେୟ ପୁରା ପରିବାରକୁ ଦେଇଛନ୍ତି । ସଫଳତା ନେଇ ବେଶ୍ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ।

ସେହିପରି ଧର୍ମଶାଳା ବ୍ଲକ ବଡ଼କାଏମା ପଞ୍ଚାୟତର ଦୁର୍ଗପ୍ରସାହ ପଣ୍ଡା ଓଜେଏସ୍‌ ପରୀକ୍ଷାରେ ୧୨ ତମ ରାଙ୍କ ପାଇଛନ୍ତି । ପ୍ରଥମ ଚେଷ୍ଟାରେ ହିଁ ସେ ଏହି ସଫଳତା ପାଇଛନ୍ତି । ବାପା ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ବେଳେ ପରିବାର ସଦସ୍ୟଙ୍କ ପ୍ରେରଣାରେ ଏହି ସଫଳତା ପାଇଥିବା ଦୁର୍ଗାପ୍ରସାଦ କହିଛନ୍ତି । ଆଗାମୀ ଦିନରେ ନ୍ୟାୟିକା ବ୍ୟବସ୍ଥାରେ ରହି ଲୋକଙ୍କୁ ନ୍ୟାୟ ଦେବା ପାଇଁ କାମ କରିବେ ।