ଆମ ପରମ୍ପରା ସହିତ ବିଜ୍ଞାନ ଚିରକାଳରୁ ଜଡିତ

ଆମ ପରମ୍ପରା ସହିତ ବିଜ୍ଞାନ ଚିରକାଳରୁ ଜଡିତ । ଆମ୍ବପତ୍ର କୁ ଗଛରୁ କାଟିଆଣି ଘରେ ପୂର୍ଣ୍ଣକୁମ୍ଭ ରେ ରଖି ପୂଜା କରିବା, ଆମ୍ବପତ୍ରରେ ଘରର ଦ୍ଵାର କୁ ସଜାଇବା ଓ ତୋରଣ ଆଦି କରିବା ଆମର ଗୋଟେ ପରମ୍ପରା । ଏବେ ପରୀକ୍ଷା ପରେ ଜଣା ପଡିଲା ଯେ କଟା ଆମ୍ବପତ୍ର କାଟିବାର ୨/୩ ଦିନ ପର୍ଯ୍ୟନ୍ତ ମଧ୍ୟ ବାୟୁମଣ୍ଡଳକୁ ଅମ୍ଳଜାନ ଛାଡେ । ଅର୍ଥାତ୍ ପୂଜା କଲାବେଳେ ଘରର ବାୟୁ ବହୁତ ଶୁଦ୍ଧ ଏବଂ ଅମ୍ଳଜାନରେ ଭରା ହୋଇଥାଏ । ଏହା, ସାତ୍ତ୍ଵିକ ମନୋଭାବ ରଖି ପୂଜାରେ ବସିଥିବା ବ୍ୟକ୍ତି ତଥା ପୁରା ପରିବାରର ଲୋକ ମାନଙ୍କୁ ବହୁତ ଲାଭକାରୀ ହୁଏ ।

ଗୋଟିଏ ଆମ୍ବପତ୍ରକୁ କାଟି ପରୀକ୍ଷାଗାରର ଅଣୁବୀକ୍ଷଣ ଯନ୍ତ୍ର ତଳେ ରଖିବା ପରେ ଦେଖାଗଲା ଯେ ବହୁତ ଛୋଟ ଛୋଟ ଫୋଟକା ବାହାରୁଛି । ପରୀକ୍ଷା କଲାପରେ ଜଣା ପଡିଲା ଯେ ସେ ଫୋଟକା ସବୁ ଅମ୍ଳଜାନ । ଆମ ଦେଶର ମୁନିଋଷି ମାନେ ହଜାର ହଜାର ବର୍ଷ ତଳେ ଏହା ଜାଣିଥିଲେ ଓ ଆମ ପୂଜା ଓ ପରମ୍ପରା ସହ ଏହାକୁ ଯୋଡି ଦେଇଥିଲେ । ଆମ୍ବପତ୍ର ଆମ ଦୈନନ୍ଦିନ ଜୀବନ ସହ ଜଡିତ ଥିଲା । ବିନା ପ୍ରଶ୍ନରେ ଆମେ ଆମ ମୁନିଋଷି ମାନଙ୍କ ସମ୍ମାନାର୍ଥେ ଏହି ପଦ୍ଧତିକୁ ମାନୁଥିଲୁ । କେଡେ ସୁନ୍ଦର ଓ ବିଜ୍ଞାନ ସମ୍ମତ ଆମ ପ୍ରଥା ଓ ପରମ୍ପରା ।