ଇଲେକ୍ଟ୍ରିପୋଲ ଚୋରି ଘଟଣାରେ ୩ ଗିରଫ

 କେନ୍ଦୁଝର: କେନ୍ଦୁଝର ସଦର ଥାନା ପୋଲିସ ଆଜି ବଡପୋଶି ଗ୍ରାମ ନିକଟରୁ ଏକ ୧୧ମିଟର ଲମ୍ବ ଲୁହା ବିଦ୍ୟୁତ ଖୁଣ୍ଟ ଚୋରି ଘଟଣାରେ ତିନି ଜଣଙ୍କୁ ଗୁରଫ କରି କୋର୍ଟ ଚାଲାଣ କରିଛି।ଅଭିଯୁକ୍ତମାନେ ଖୋର୍ଦ୍ଧା ଜିଲ୍ଲା ପଲଙ୍ଗା ଗ୍ରାମର ଦିଲ୍ଲିପ କୁମାର ସାହୁ(୩୩),ଏହି ଜିଲ୍ଲା ଫିରିଫିରା ଗ୍ରାମର ପ୍ରଭାକର ସାହୁ(୪୪),କେନ୍ଦୁଝର ଅଲଣାପଦା ଗ୍ରାମର ଦିପ୍ତି ରଞ୍ଜନ ଦାସ(୨୮) ବୋଲି ଜଣାପଡିଛି।ସେମାନେ ଗତ ୩ତାରିଖ ସକାଳ ୧୦ଟା ୨୫ରେ ଅଭିଯୁକ୍ତମାନେ ଏହି ଲୁହା ବିଦ୍ୟୁତ୍ ପୋଲ କୁ ଗ୍ୟାସ ମେସିଲ କଟର ଦ୍ବାରା ଗଡ ଗଡ କରି କାଟୁଥିବାବେଳେ ପିପିଳିଆ ଫ୍ୟୁଜ କଲ କର୍ମଚାରୀ ଭଜମନ ମୁଣ୍ତା ଏହାକୁ ଦେଖିଥିଲେ।ସେ ଗ୍ରାମବାସୀ ଙ୍କ ସହାୟତାରେ ଅଭିଯୁକ୍ତୁ ମାନଙ୍କୁ ଅଟକ ରଖି ସଦର ପୋଲିସ କୁ ଜିମାଦେଇଥିଲେ।ସେମାନଙ୍କ ଠାରୁ ଗ୍ୟାଦ କଟର (ଓଡି-୦୯-ବି-୭୫୫୨)ଡାଲା ଆଟୋ (ଓଡି-୦୨-ଏଏସ୍-୨୪୧୧)ଲୁନାଗାଡି ଭାରତଗ୍ୟାସ ଘୋରଇ ସିଲିଣ୍ତର ଜବତ କରିଥିଲେ।ପୋଲସି କେସନଂ ୧୦୭/୨୩ ଦଫା ୩୭୯ ଓ ୩୪ ଆଇପିସି ଧାରା ରେ ସମସ୍ତ ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।ବଡ଼ବିଲ ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ।