ସାଂସଦଙ୍କ ହସ୍ତକ୍ଷେପ ପରେ ଦୂର ହେବ ଜିଲ୍ଲାର ବିଦ୍ୟୁତ ସମସ୍ୟା

କେନ୍ଦୁଝର : କେନ୍ଦୁଝର ଜିଲାରେ ବାରମ୍ବାର ବିଦ୍ୟୁତ କାଟ ଅଭିଯୋଗ ହେବାପରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଉପମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ଜିଲାରେ ଥିବା ବିଦ୍ୟୁତ ସମାସ୍ୟା ଉପରେ ଆଲୋଚନା କରିବା ସହ ଲିଖିତ ଭାବେ ଜଣାଇ ଥିଲେ। ସାଂସଦଙ୍କ ଚିଠି ପରେ ଉପମୁଖ୍ୟମନ୍ତ୍ରୀ ତାଙ୍କ ଚିଠି ମାଧ୍ୟମରେ ଲେଖିଛନ୍ତି ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିଦ୍ୟୁତ ପ୍ରକଳ୍ପ ର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମସ୍ତେ କରାଯିବ ଯାହାଦ୍ୱାରା ଜିଲ୍ଲାର ବିଦ୍ୟୁତ ଉପଭୋକ୍ତା ନିରବଛିନ୍ନ ସେବା ପାଇପାରିବେ ବୋଲି ଜଣାଇଛନ୍ତି।

କେନ୍ଦୁଝର ଜିଲାର ତୁରମୁଙ୍ଗା ସବଷ୍ଟେସନ ମାର୍ଚ୍ଚ ୨୦୨୫ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବା ସହିତ ତୁରମୁଙ୍ଗାରୁ ଢେଙ୍କିକୋଟ ୧୩୨ କେବି ଲାଇନ ସେପ୍ଟେମ୍ବର ୨୦୨୫,୨୨୦କେଭି ଲାଇନ ଟିଟିପିସି ଯୋଡ଼ା ରୁ ରାଙ୍କି ସବଷ୍ଟେସନ ଡ଼ିସେମ୍ବର ୨୦୨୫ ମଧ୍ୟରେ, ଦ୍ଵିତୀୟ ସର୍କିଟ ଲାଇନ ବିତରଣ ଭଦ୍ରକ ସବଷ୍ଟେସନରୁ ଆଗରପଡା ପର୍ଯ୍ୟନ୍ତ ସେପ୍ଟେମ୍ବର ୨୦୨୫ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବା ସହିତ ତେଲକୋଇ ସବଷ୍ଟେସନ ୨୨୦/୩୩ କେଭି ଲାଇନର ତୁରନ୍ତ କାର୍ଯ୍ୟ ସମ୍ପୂର୍ଣ କରାଯିବା ଫଳରେ କେନ୍ଦୁଝର ଜିଲ୍ଲାରେ ଉପଭୋକ୍ତା ମାନେ ଉର୍ନତ ମାନର ବିଦ୍ୟୁତ ସେବା ପାଇପାରିବେ ବୋଲି ସଂସଦଙ୍କୁ ଚିଠି ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ଜଣାଇଛନ୍ତି।