ମା ତାରିଣୀ କ୍ଳବ ଗୁରୁଡ଼ା ଆନୁକୂଲ୍ୟରେ ଫୁଟବଲ ଚାମ୍ପିୟନଶିପ୍‌ ଆରମ୍ଭ

କେନ୍ଦୁଝର : ଯୋଡ଼ା ବ୍ଲକ ବଳଦା ପଞ୍ଚାୟତ ରେ ମା ତାରିଣୀ କ୍ଳବ ଗୁରୁଡ଼ା ଆନୁକୂଲ୍ୟରେ ଗୁରୁଡ଼ା (ଏସ. ଜି. ବି.କେ )ସ୍କୁଲ ପଡିଆ ରେ ଫୁଟବଲ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି।ମା ତାରିଣୀ କ୍ଳବ ତରଫରୁ ମୁଖ୍ୟ ଅତିଥି ଭାବେ ମଞ୍ଚାସିନ ହୋଇଛନ୍ତି ଖଣ୍ଡବନ୍ଧ ମାଇନ୍ସ ହେଡ଼ ରାଜେଶ କୁମାର, ରବୀନ୍ଦ୍ର କୁମାର ଟାଟା ଷ୍ଟିଲ ଫାଉଣ୍ଡେସନ ୟୁନିଟ ହେଡ଼, ବଳଦା ସରପଞ୍ଚ ବରୁଣ ନାୟକ,ସମିତିସଭ୍ୟ ବିଶୁ ନାୟକ,ପଲଶା ସରପଞ୍ଚ ଅରୁଣ ମୁଣ୍ଡା,ଭକ୍ତବନ୍ଧୁ ପାତ୍ର ଶିକ୍ଷକ, ସତ୍ୟବ୍ରତ ପ୍ରଧାନ, ପ୍ରକାଶ ଚୌଧୁରୀସମାଜ ସେବୀ, ସମାଜ ସେବୀ ତପନ ପାତ୍ର, ଆନୁଷ୍ଠାନିକ ଭାବେ ଏହି ଚାମ୍ପିୟନଶିପ୍‌କୁ ଉଦ୍‌ଘାଟନ କରି ଖେଳାଳିମାନଙ୍କୁ ବିଶ୍ୱର ସର୍ବବିଶ୍ୱର ସର୍ବାଧିକ ଲୋକପ୍ରିୟ ଖେଳ ଫୁଟବଲ ହୋଇ ପାରିଛି।

ମା ତାରିଣୀ କ୍ଳବ ଗୁରୁଡ଼ା ସମସ୍ତ ୫୬ ଜଣ ମେମ୍ବର ମଧ୍ୟ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉଷାହିତ କରିଥିଲେ। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ସର୍ବ ମୋଟ ୧୬ ଗୋଟି ଫୁଟବଲ ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ଜୁନିୟର ବଲାଣି ବନାମ ସୋଶୋ ବସ୍ତି ମଧ୍ଯରେ ଖେଳ ହୋଇଥିଲା । ଏହି ମ୍ଯାଚ ରେ ଜୁନିୟର ବଲାଣି ବିଜୟଲାଭ କରିଥିଲା।ଉପସ୍ଥିତ ମଞ୍ଚ ପରିଚାଳନା କରିଥିବା ବେଲେ ଗଣେଶ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ବଡ଼ବିଲ ରୁ ଡିମ୍ପଲ ସାଣ୍ଡି ଲଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।