ଭିଜିଲାସନ୍ସ ଜାଲ ରେ ବି ଇ ଓ ଅଫିସ କିରାଣୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବି ଇ ଓ ଅଫିସ କିରାଣୀ ଗଙ୍ଗାଧର ସାହୁ ଙ୍କ ଘରେ ଆଜି ସକାଳୁ ଭିଜିଲାସନ୍ସ ବିଭାଗ ଦ୍ୱାରା ଚଢ଼ାଉ ଜାରି ରହିଛି l ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ କିରାଣୀ ଗଙ୍ଗାଧର ସାହୁ ଙ୍କ ସରକାରୀ ଘର ସମେତ ପାଞ୍ଚ ଜାଗାରେ ଚଢ଼ାଉ ଚାଲିଛି l ଗଙ୍ଗାଧର ସାହୁ ଙ୍କ ବାଂଶପାଳ ଅଫିସ, କେନ୍ଦୁଝର ସ୍ଥିତ ସରକାରୀ ବାସଭବନ, ଭାଲୁକିପାତଳl ସ୍ଥିତ ପୈତୃକ ଘର, ଶଶୁର ଘର ସହ ଏକାକାଳୀନ ପାଞ୍ଚଟି ଜାଗାରେ ଚଢ଼ାଉ ଚାଲିଛି l