ପୋଲ ତଳକୁ ଖସି ବାଇକ୍ ଚାଳକଙ୍କ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମାଛଗଡ଼ ସାହାରପଡା…..

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମାଛଗଡ଼ ସାହାରପଡା ରାସ୍ତାର ପଇତାମଜା ନିକଟରେ ବାଇକ ସହ ପୋଲ ତଳକୁ ଖସିପଡ଼ି ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ୍ ଚାଳକ କରଞ୍ଜିଆ ଥାନା ପାଟବିଲା ପଞ୍ଚାୟତ କେଞ୍ଜରା ଗ୍ରାମର ସୁଶିଲ ମହାନ୍ତ ବୋଲି ଜଣାପଡିଛି । ସେ କୈାଣସି କାମରେ ଆସି ରାତିରେ ଘରକୁ ଫେରୁଥିବା ସମୟରେ ପଇତାମଜା ନିକଟରେ ବିରଳ ନଦୀର ପୋଲ ଉପରୁ ତଳକୁ ବାଇକ୍ ସହ ଖସିପଡ଼ି ଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ସାହାରପଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି କରଞ୍ଜିଆରେ ଶବ ବ୍ୟବଚ୍ଛେଦ କରାଇବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ।