F E S ସଂସ୍ଥା ଓ ଫୋରେଷ୍ଟ ସହଯୋଗରେ ବାଂଶପାଳ ବ୍ଲକର ସମସ୍ତ ଗ୍ରାମରେ ବନ ମହୋତ୍ସବ ପାଳନ

F E S ସଂସ୍ଥା ଓ ଫୋରେଷ୍ଟ ସହଯୋଗରେ ବାଂଶପାଳ ବ୍ଲକର ସମସ୍ତ ଗ୍ରାମରେ ବନ ମହୋତ୍ସବ ପାଳନ ହେଉଛି l ସେହିପରି ବାଂଶପାଳ ବ୍ଲକ ଜମ୍ଭିରିପସି ସତ୍ୟ ନାରାୟଣ ଉଚ୍ଚ ବିଦ୍ୟାଳୟ ଜମ୍ଭିରିପସି ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ନେଇ ବନ ମହୋତ୍ସବ ପାଳନ କରାଯାଇଛି l ଏଥିରେ ସମସ୍ତ କାର୍ଯ୍ୟ ଭାର ତୁଲାଇଥିଲେ ପ୍ରକାଶ ଚନ୍ଦ୍ର ନାୟକ ଯେ ହେତୁ ଜଙ୍ଗଲ ଗଛ ଲତାକୁ ନେଇ ବନ ମହୋତ୍ସବ ପାଳନ ସେଥି ପାଇଁ ସ୍କୁଲ ଭିତରେ ଥିବା କୁସୁମ ଗଛ ତଳେ ଆଲୋଚନା କରିଥିଲେ l ଆଜି ଗଛ ଅଛି ବୋଲି ଆମେ ଏହି କୁସୁମ ଗଛ ତଳେ ବସି ପାରୁଛୁ ଗଛରୁ ତାହାର ସୁଲୁ ସୁଲିଆ ପବନ ଆମୋ ଦେହରେ ସ୍ପର୍ଶ ହେଇ ପାରୁଛି l ଅନେକ ଫଳ ମୂଳ ପାଉଛେ ମୁଖ୍ୟତ ଗଛରୁ ନିଶ୍ୱାସ ପାଇ ପାଉଛେ ଏମିତି ଅନେକ କଥା ଅଭିଭାଷଣ ଦ୍ୱାରା ଶିକ୍ଷକମାନେ କହିଥିଲେ l ତେଣୁ କୁହାଯାଇଛି l (ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା) ( ହସିବ ଏ ଧାରା ହସିବ ଏ ମାଟି)
(ଗଛଟିଏ ଆସ ଦେବାରେ ପୋତି କୋଟିଏ ଓଠରେ ଫୁଟିବ ହସ ସବୁଜ ପୃଥିବୀ ଗଢିବା ଆସ )ଏହି ଭଳି F E S ଅଶ୍ୱିନୀ ପତି ଶ୍ଳୋଗାନ ଦେଇଥିଲେ ଏବଂ ଅଭିଭାଷଣ ମଧ୍ୟରେ ଅନେକ ବାର୍ତ୍ତା ଦେଇଥିଲେ l ପିଲା ମାନଙ୍କୁ ବିଭିନ୍ନ ଗଛ ସମ୍ଭନ୍ଧୀୟ ପ୍ରଶ୍ନ ପଚାରି ପୁରସ୍କାର ପ୍ରଦାନ କରିଥିଲେ l ଏବଂ ସଞ୍ଜୟ ଗିରି ଜଗେଶ୍ୱର ଆରୁକ ପ୍ରଧାନ ଶିକ୍ଷକ ସତ୍ୟନନ୍ଦ ମହାନ୍ତ କମଳା ଦାସ ଏବଂ ଅନ୍ୟ ସମସ୍ତ ଶିକ୍ଷକ ଉପସ୍ଥିତଥିଲେ ପିଲାମାନେ ଏମିତି ଗୋଟେ ସୁନ୍ଦର ପ୍ରୋଗ୍ରାମ ଦେଖି ବହୁତଖୁସି ହୋଇଥିଲେ l ସେପଟେ ବନ ମହୋତ୍ସାବ ବିରାଟ ଧାରଣ ର ପାଳନ କରିଥିଲେ ବାଂଶପାଳ ଗାଁ ମେରେଇ ସାହିରେ ଏଠାରେ ମଧ୍ୟ ପୂର୍ଣ୍ଣରୂପରେ ସାହାଯ୍ୟ କରିଛନ୍ତି ଫୋରେଷ୍ଟ ଦିପାଟମେଣ୍ଟ ଫରେଷ୍ଟ 20,000 ଚାରା ଯୋଗାଇ ଦେଇଥିଲେ l

F E S କୁ ମୁଖ୍ୟ ଅତିଥି ଭାବରେ ଉପସ୍ଥିତଥିଲେ ବ୍ଲକ ଚ୍ୟାରମେନ ମାନଶ ଦେହୁରୀ ବାଂଶପାଳ ଗ୍ରାମପଞ୍ଚାୟତ ସରପଞ୍ଚ ବୈକୁଣ୍ଠ ଦେହୁରୀ ଏବଂ F E S ଅଶ୍ୱନୀ ପତି ( ଟିମଲିଡର କାର୍ତ୍ତିକ ଚନ୍ଦ୍ର ପୁଷ୍ଠି )ଅଞ୍ଜଳି ପାତ୍ର ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ l ପ୍ରଥମେ ଗ୍ରାମର ଜଣେ ପୁରୁଖା ଚାଷୀ ଲୋକଙ୍କ ଦ୍ୱାରା ଗୋଟେ ଗାତ କରି ଧୂପ ଦେଇ ନଡ଼ିଆ ପାଡେଇ ଗଛ ଲଗେଇବା ଆରମ୍ଭ କରିଥିଲେ ୨୫୦ ରୁ ୩୦୦ ଲୋକ ଏହି ମହୋତ୍ସବରେ ସାମିଲ ହେଇଥିଲେ l